Latest Odisha News

ପାକିସ୍ତାନୀ ପତ୍ରକାର, ଲେଖକ ତାରେକ ଫତେହଙ୍କ ପରଲୋକ

ଓଟୱା: ପାକିସ୍ତାନର ଖ୍ୟାତନାମା ପତ୍ରକାର ତଥା ଲେଖକ ତାରେକ ଫତେହଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଝିଅ ନତାଶା ବାପାଙ୍କ ନିଧନ ସୋସିଆଲ ମିଡିଆ ମାଧ୍ୟମରେ ପୃଷ୍ଟି କରିଛନ୍ତି । ଶୁକ୍ରବାର ତାଙ୍କ ଦେହାନ୍ତ ହୋଇଥିବା ଖବର ପ୍ରକାଶ ପାଇଥିଲେ ମଧ୍ୟ ପରିବାର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା । ସେ ପାକିସ୍ତାନରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଏହାର ନୀତି ଏବଂ ଆତଙ୍କବାଦୀ ଗତିବିଧିକୁ ସର୍ବଦା ନିଜସ୍ୱ ଶୈଳୀରେ ସମାଲୋଚନା କରି ଆସୁଥିଲେ । ସେ ସର୍ବଦା ଭାରତ ସପକ୍ଷରେ ମତ ଦେଇଥାନ୍ତି ।

BjdElectrycity

ତାଙ୍କ ଝିଅ ଲେଖିଛନ୍ତି ପଞ୍ଜାବର ସିଂହ, ଭାରତର ପୁତ୍ର, କାନାଡା ପ୍ରେମୀ, ସତ୍ୟର ସାଥୀ, ନ୍ୟାୟ ପାଇଁ ଲଢ଼ୁଥିବା ଓ ଶୋଷିତ, ଦଳିତ ଓ ଅବହେଳିତଙ୍କ ପାଇଁ ଆରମ୍ଭ କରିଥିବା ସଂଗ୍ରାମରେ ଆପଣମାନେ ଆମ ସହିତ ସାମିଲ ହେବ ତ ? ଏ ସଂଗ୍ରାମ ଜାରୀ ରହିବ । ଆନ୍ତର୍ଜାତୀୟସ୍ତରର ଅନେକ ବରିଷ୍ଠ ବ୍ୟକ୍ତି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.