Latest Odisha News

BREAKING NEWS

ଅଜବ ଚାକିରି: ପଶୁପକ୍ଷୀଙ୍କ ପୋଷାକ ପିନ୍ଧି ଛିଡ଼ା ହେବାକୁ ପଡ଼ିବ

ବ୍ରିଟେନ୍‌: ଚାକିରି ଖଣ୍ଡେ ପାଇଁ ଲୋକେ କେତେ ଚେଷ୍ଟା କରିଥାନ୍ତି । ଆଉ ଦୁନିଆରେ ଏମିତି ଅଜବ ଚାକିରି ସବୁ ଥାଏ, ଯାହାକୁ ଲୋକେ ବାଧ୍ୟ ହୁଅନ୍ତି କରିବା ପାଇଁ । ସେଥିପାଇଁ ମୋଟା ଅଙ୍କର ଦରମା ବି ମିଳିଥାଏ ।  କିଛି ଦିନ ପୂର୍ବେ ଏକ ଚାକିରିର ବିଜ୍ଞାପନ ବାହାରିଥିଲା, ଯେଉଁଥିରେ ଚପଲ ପିନ୍ଧି ବସିବାକୁ ପଡୁଥିଲା ଏବଂ ଏଥିପାଇଁ କମ୍ପାନୀ ୪ ଲକ୍ଷ ଟଙ୍କା ପ୍ରଦାନ କରୁଥିଲା । ଏବେ ଏକ ପ୍ରାଣୀ ଉଦ୍ୟାନରେ ଏମିତି ଏକ ଅଜବ ଚାକିରିର ବିଜ୍ଞାପନ ବାହାରିଛି, ଯାହା ପଡ଼ିଲେ ଆପଣ ହତ୍‌ବାକ୍ ହୋଇଯିବେ ।

BjdElectrycity

ବ୍ରିଟେନରେ ରହିଛି ବ୍ଲାକପୁଲ୍ ପ୍ରାଣୀ ଉଦ୍ୟାନ । ଏହି ପ୍ରାଣୀ ଉଦ୍ୟାନରେ ୧୦୦୦ ରୁ ଅଧିକ ପଶୁପକ୍ଷୀ ଅଛନ୍ତି । ଏଠାକୁ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି ।  କିନ୍ତୁ ଏଠାକୁ ବାହାରୁ କିଛି ସାମୁଦ୍ରିକ ପକ୍ଷୀ ଚାଲି ଆସନ୍ତି ଓ ପର୍ଯ୍ୟଟକଙ୍କୁ ହଇରାଣ କରିବା ସହ ସେମାନଙ୍କ ପାଖରୁ ଖାଦ୍ୟ ଛଡ଼ାଇ ନିଅନ୍ତି । ଫଳରେ ପର୍ଯ୍ୟଟକମାନେ ଭୟଭୀତ ହୋଇଥାନ୍ତି । ଏହାକୁ ନେଇ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ  ଓ କର୍ମଚାରୀମାନେ ଏହାର ସମାଧାନ କେମିତି କରାଯିବ ସେନେଇ ଚିନ୍ତିତ ହୋଇପଡ଼ିଲେ । ଏଠାରେ  ଲୋକମାନଙ୍କୁ ବିଶାଳ ପକ୍ଷୀ ପୋଷାକ ପରିଧାନ କରି ଛିଡ଼ା କରାଇଲେ ସାମୁଦ୍ରିକ ପକ୍ଷୀ ଭିତରକୁ ଆସିବେ ନାହିଁ । ତେଣୁ ଲୋକଙ୍କୁ ପଶୁପକ୍ଷୀଙ୍କ ପୋଷାକ ପରିଧାନ କରି ଛିଡ଼ା କରାଇବାକୁ ନିଷ୍ପତ୍ତି ନିଆଗଲା । ଶେଷରେ ଏନେଇ ଏକ ବିଜ୍ଞାପନ ମଧ୍ୟ ବାହାରିଲା ।

ପ୍ରାଣୀ ଉଦ୍ୟାନ ସ୍ପଷ୍ଟ କରିଛି ଯେ, ଆମେ ସମସ୍ତେ ପଶୁପକ୍ଷୀଙ୍କୁ ଭଲ ପାଆନ୍ତି । ସେଥିଲାଗି ବିଭିନ୍ନ ଚିଡ଼ିଆଖାନା ବୁଲିବାକୁ ଯାଇଥାନ୍ତି । ଏଠାରେ  ସାମୁଦ୍ରିକ ପକ୍ଷୀମାନେ ଆସି ପର୍ଯ୍ୟଟକଙ୍କୁ ଆକ୍ରମଣ କରିବା ସହ ଅସୁବିଧାରେ ପକାଉଛନ୍ତି । ତେଣୁ   ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି । ପ୍ରାଣୀ ଉଦ୍ୟାନ ସେହି ଲୋକମାନଙ୍କୁ ଖୋଜୁଛି ଯେଉଁମାନେ ପର୍ଯ୍ୟଟକଙ୍କ ସହିତ ଭଲ ଆଚରଣ କରିପାରିବେ ।  ବ୍ରିଟେନରେ ସାମୁଦ୍ରିକ ପକ୍ଷୀ ସିଗୁଲ୍ ବେଶୀ ଆତଙ୍କ ସୃଷ୍ଟି କରୁଛି । ପରିସ୍ଥିତି ଏପରି ହୋଇଛି ଯେ ସମୁଦ୍ର କୂଳରେ ଉପସ୍ଥିତ ଥିବା ଲୋକମାନେ ହେଲମେଟ କିମ୍ବା କୌଣସି  କଭର ଦ୍ୱାରା ନିଜ ମୁଣ୍ଡକୁ ସୁରକ୍ଷା ଦେଉଛନ୍ତି ।

Leave A Reply

Your email address will not be published.