Latest Odisha News

BREAKING NEWS

ସେମିଫାଇନାଲ ପୂର୍ବରୁ ଚିନ୍ତାରେ ପାକିସ୍ତାନ: ସୋଏବ, ରିଜୱାନଙ୍କୁ ଫ୍ଲୁ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ପୂର୍ବରୁ ପାକିସ୍ତାନ ଚିନ୍ତାରେ ପଡିଛି । ଦଳର ଦୁଇ ଷ୍ଟାର ଖେଳାଳି ସୋଏବ ମଲିକ ଓ ମହମ୍ମଦ ରିଜୱାନଙ୍କୁ ଫ୍ଲୁ ହୋଇଛି । ଯେତେଦୂର ସମ୍ଭବ ସେମାନେ ଖେଳି ନ ପାରନ୍ତି । ଗତକାଲି ଉଭୟ ଅଭ୍ୟାସ ସେଶନରେ ଯୋଗ ଦେଇପାରି ନ ଥିଲେ । ଫର୍ମରେ ଥିବା ଏହି ଦୁଇ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି ।

ସରଫରାଜ ଅହମ୍ମଦ ଓ ହାଇଦର ଅଲ୍ଲୀଙ୍କୁ ବଦଳ ଖେଳାଳି ଭାବେ ରଖାଯାଇଛି । ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚର ବିଜେତା ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ।

Leave A Reply

Your email address will not be published.