Latest Odisha News

BREAKING NEWS

ବାଥରୁମରେ ପଶିଥିଲା ନାଗ ସାପ, ବାହାରିବା ବେଳେ ଜାଲିରେ ଫସିଲା

ଭୁବନେଶ୍ୱର: ବାଥରୁମରେ ପଶିଥିଲା ନାଗ ସାପ । ବାହାରିବା ବେଳେ ଜାଲିରେ ଫସିଗଲା । ବେଶ କିଛି ସମୟ ଛଟପଟ ହେଲା ନାଗ ସାପ । ଭୁବନେଶ୍ୱର ପୋଖରୀପୁଟ ପ୍ଲଟ ନମ୍ବର ୫୫୮/ଈରେ ଅଜୟ ମୁଖାର୍ଜୀଙ୍କ ଘରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଥିଲା । ସକାଳୁ ଉଠି ବାଥରୁମ ଯିବା ପାଇଁ କବାଟ ଖୋଲି ଭିତରେ ଏକ ନାଗ ସାପ ଦେଖିଥିଲେ ଅଜୟ ମୁଖାର୍ଜୀ । ବାଥରୁମ୍ ଜାଲି ପଟେ ବାହାରିବା ବେଳେ ସାପ ଶରୀରର ଅଧା ଅଟକି ରହିଥିଲା ।
ଗୋଟିଏ ଯାଗାରେ ରହି ମୁକ୍ତି ପାଇଁ ସଂଘର୍ଷ କରୁଥିଲା ନାଗ ସାପ । ଅଜୟ ମୁଖାର୍ଜୀଙ୍କ ପତ୍ନୀ ଦୀପ୍ତିମୟୀ ବାଥରୁମ୍ କବାଟ ବନ୍ଦ କରି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସାପଟି କବାଟ ତଳେ ମୁଣ୍ଡ ବାହାର କରିଥିବା ଅବସ୍ଥା ରହିଥିଲା । ସାହସର ସହ ଦୀପ୍ତିମୟୀ ଏକ କାଠ ବଟମ୍ ସାହାଯ୍ୟରେ ସାପର ମୁଣ୍ଡକୁ ଚାପି ଧରିଥାନ୍ତି ।

ସାପଟି କୌଣସି କ୍ରମେ ଜାଲିରୁ ମୁକୁଳିବାରେ ସକ୍ଷମ ହେଇଥିବା ଓ ବାଥରୁମରୁ ବେଡ୍ ରୁମରେ ପଶିଯିବ ଭୟରେ ତାକୁ ଚାପି ଧରିଥିଲେ ଦୀପ୍ତିମୟୀ । ଶୁଭେନ୍ଦୁ ମଲ୍ଲିକ ଦେଖିଲା ବେଳକୁ ସାପ ଦେହରେ ଏକ ଷ୍ଟିଲ ଜାଲି ପଶିଛି । ଡ୍ରେନ ଗାତ ମୁକୁଳା ପଡିଛି । ସାପଟି ବାହାରିବାକୁ ଉଦ୍ୟମ କରିବା ବେଳେ ଜାଲିଟିକୁ ସମ୍ପୂର୍ଣ୍ଣ ଓପାଡ଼ି ଦେବାରେ ସକ୍ଷମ ହୋଇଥିଲା ।

୪ ଫୁଟ୍ ସାପ ଶରୀରରେ ଷ୍ଟିଲ ଜାଲି ଲାଗିଥିବାରୁ ତାକୁ ଏକୁଟିଆ କାଟି ବାହାର କରିବା ସମ୍ଭବ ନଥିଲା । ଜାଲି ଲାଗିଥିବା ଅବସ୍ଥାରେ ତାକୁ ବ୍ୟାଗରେ ଭର୍ତ୍ତି କରି ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟକୁ ଆଣିଥିଲେ ଶୁଭେନ୍ଦୁ ମଲ୍ଲିକ । ଏହାପରେ ବିଷଧର ନାଗର ମୁଣ୍ଡକୁ ଧରି ଷ୍ଟିଲ ଜାଲି କାଟିବାରେ ତାଙ୍କୁ ସହାୟତା କରିଥିଲେ ଆଶିଷ କୁମାର ବେହେରା ଓ ସିଲକା ସେଲୋନୀ ।

୧୦ ମିନିଟ କସରତ ପରେ ସାପ ଦେହରୁ ଷ୍ଟିଲ ଜାଲିକୁ କାଟି ବାହାର କରାଯାଇଥିଲା । ତେବେ ନାଗ ଦେହରେ କୌଣସି କ୍ଷତ ଚିହ୍ନଟ ନଥିଲା । ପରେ ତାକୁ ନେଇ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଥିଲା ।

Leave A Reply

Your email address will not be published.