Latest Odisha News

BREAKING NEWS

କାମ କରୁଛନ୍ତି ହେଲେ ମିଳୁନି ଦରମା, ମେଡିକାଲ ସମ୍ମୁଖରେ ଧାରଣାରେ ବସିଲେ କର୍ମଚାରୀ

ଅନୁଗୁଳ: କାମକୁ କାମ କରୁଛନ୍ତି, ହେଲେ ଠିକ ସମୟରେ ମିଳୁନି ପାରିଶ୍ରମିକ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ। ଏଠାରେ ପ୍ରାୟ ୨୫ଜଣ ଡିଏମଏଫ୍ ଷ୍ଟାଫ୍  ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି । ହେଲେ ବିନା ଦରମାରେ।

ଆଜକୁ ପ୍ରାୟ ୪ ମାସ ହେବ ସେମାନଙ୍କୁ  ଦରମା ମିଳିନାହିଁ । ଯାହାଫଳରେ ନିଜ ସହ ପରିବାରର ଖର୍ଚ୍ଚ ଉଠାଇବା ଏବେ ଅତ୍ୟନ୍ତ କଷ୍ଟଦାୟକ ହୋଇଛି। ସେମାନେ  ଦରମା ନ ପାଇ ମଧ୍ୟ ନିଜର କାର୍ଯ୍ୟରେ କୌଣସି ଅବହେଳା କରୁନାହାନ୍ତି ।  କିନ୍ତୁ ସେମାନଙ୍କୁ ଠିକ୍ ସମୟରେ ଦରମା ନ ମିଳିବାରୁ ବିନା ଦରମାରେ ଆସି କାମ କରିବା ସେମାନଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି ।

ଏନେଇ ବାରମ୍ବାର ଜିଲ୍ଲାପାଳ, ଏସଡିଏମଓଙ୍କୁ ଜଣାଇଥିଲେ ମଧ୍ୟ ନା କେହି ଶୁଣୁଛନ୍ତି ନା  ସମସ୍ୟାର ସମାଧାନ ହେଉଛି। ଅନ୍ୟକିଛି ବାଟ ନ ପାଇ  ସମସ୍ତ କର୍ମଚାରୀ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ଗତକାଲି ଧାରଣାରେ ବସିଥିଲେ ।  ଆଗାମୀ ଦିନରେ  ସେମାନଙ୍କର  ସମସ୍ୟାର ସମାଧାନ ନହେଲେ ସେ କାର୍ଯ୍ୟ ବନ୍ଦ କରି ଆଗକୁ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.