Latest Odisha News

ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ: ଏକକାଳୀନ ୯ଟି ଘରେ ଚଢାଉ

ଅନୁଗୁଳ:ଶିକ୍ଷା ବିଭାଗରେ ଦୁର୍ନୀତି । ଭିଜିଲାନ୍ସ ଜାଲରେ ପଡିଲେ ଶିକ୍ଷା ଅଭିଯାନର ଜେଇ ପାଲଲହଡ଼ାରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରସନ୍ନ ପାଣିଙ୍କ ଘରେ ରେଡ଼ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି । ଏକକାଳୀନ ଏକାଧିକ ଘରେ ଏହି ଚଢାଉ ହୋଇଛି । ଶିକ୍ଷାଧିକାରୀଙ୍କ ଅନୁଗୁଳସ୍ଥିତ ବାସଭବନ, ଭୁବନେଶ୍ୱର, ଖୋର୍ଦ୍ଧା, ନିମାପଡା, ଅନୁଗୁଳ ସ୍ଥିତ ବାସଭବନ ସମେତ 9ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ।

ପାଣିଙ୍କ ଭୁବନେଶ୍ୱର ସୁନ୍ଦରପଦାସ୍ଥିତ ଏରବାଙ୍କସ୍ଥିତ ପ୍ଲଟ ନଂ ୩୬୬/୩୬୭, ଫ୍ରେଣ୍ଡସ କ୍ଲବ ନିକଟରେ ଥିବା ୩ ମହଲା ଘର, ହାଇଟେକ ପ୍ଲାଜା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ ନମ୍ବର B/4, ପାଲଲହଡା ଉଦୟ ବିହାରରେ ଥିବା ଭଡାଘର, ନିମାପଡାରେ ଥିବା ୩ ମହଲା ଘର ରେଡ କରାଯାଇଛି । ଏଥିସହିତ ତାଙ୍କର ବ୍ୟାବସାୟିକ ସହଯୋଗୀ ଏବଂ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢଉ କରାଯାଇଛି ।

ରେଡରେ ୬ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟରଙ୍କ ସମେତ ମୋଟ ୨୨ ଜଣ କର୍ମଚାରୀ ସାମିଲ ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ, ପ୍ରସନ୍ନ ପାଣିଙ୍କ ଘରୁ କୋଟିଏରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି ।

Leave A Reply

Your email address will not be published.