Latest Odisha News

BREAKING NEWS

ଯାଜପୁର ପାଣିକୋଇଲିରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ ପଛପଟୁ ପିଟିହେଲା ଆମ୍ବୁଲାନ୍ସ , ଦୁଇ ଗୁରୁତର

ଯାଜପୁର : ପାଣିକୋଇଲି ଥାନା ଚାନ୍ଦପୁର ନିକଟରେ ଅଭାନୀୟ ଘଟଣା ଘଟିଛି । ଟ୍ରକ ପଛପଟୁ ପିଟିହେଲା ଆମ୍ବୁଲାନ୍ସ  । ଫଳରେ ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି  । ଆଜି ଭୋର ସମୟରେ ଆମ୍ବୁଲାନ୍ସଟି କଟକରୁ ରୋଗୀ ଛାଡି ଫେରୁଥିବା ବେଳେ ପାଣିକୋଇଲି ୫୩ ନଂ  ଜାତୀୟ ରାଜପଥ ଚାନ୍ଦପୁର ଛକ ନିକଟରେ ଠିଆ ହୋଇଥିବା ଏକ ୧୦ ଚକିଆ ଟ୍ରକ ପଛରେ ଧକ୍କା ଦେଇଥିଲା l ଫଳରେ ଆମ୍ବୁଲାନ୍ସ  ଡ୍ରାଇଭର ସହିତ ଜଣେ ଫାର୍ମାସିଷ୍ଟ ଗୁରୁତର ଆହତ ହୋଇଛନ୍ତି l ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

BjdElectrycity
Leave A Reply

Your email address will not be published.