ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀର ନୂତନ ସଚିବ ଭାବରେ ପଞ୍ଚାନନ ସାମଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି। ଏକାଡେମୀର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଶ୍ରୀ ସାମଲ ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ପଦବୀରେ ସେ ୩ ବର୍ଷ କାର୍ଯ୍ୟ କରିବେ ।
ଶ୍ରୀ ସାମଲ ବିଭୁତି କାନୁନଗୋ ଚାରୁକଳା ମହାବିଦ୍ୟାଳୟରୁ ସ୍ନାତକ ଓ ଇନ୍ଦିରା କଳା ସଙ୍ଗୀତ ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଛନ୍ତି।
ଶ୍ରୀ ସାମଲ ପୂର୍ବରୁ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରି ବହୁ ଚିତ୍ରକଳା କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି । ଏହି ଦାୟିତ୍ୱ ଗ୍ରହଣ ପରେ ଓଡ଼ିଶାର ଚିତ୍ରଶିଳ୍ପୀମାନଙ୍କ ପାଇଁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବାର ସୁଯୋଗ ପ୍ରାପ୍ତ ହୋଇଥିବାରୁ ସେ ଆନନ୍ଦର ସହ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
Comments are closed.