Latest Odisha News

BREAKING NEWS

ଏଥର ପଞ୍ଚାୟତ ନିର୍ବାଚନ ମଇଦାନରେ ବଂଶବାଦ ରାଜନୀତି

ଭୁବନେଶ୍ୱର: ଏଥର ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ ବଂଶବାଦ ରାଜନୀତି । ନିର୍ବାଚନୀ ମଇଦାନରେ ଏଥର ରାଜା ଲଢିବେ, ପ୍ରଜା ବି ଲଢିବେ । କେବଳ ସେତିକି ନୁହେଁ ଫ୍ୟାମିଲି ଫାଇଟର ମଧ୍ୟ ରୋଚକ ଦୃଶ୍ୟ ଦେଖିବାକୁ ମିଳିବ ।

BjdElectrycity

ଗଞ୍ଜାମ ଜିଲ୍ଲା ଧରାକୋଟ ରାଜ ପରିବାର ଏକମାତ୍ର ରାଜକୁମାରୀ ତଥା ରାଜା ହେଉଛନ୍ତି ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ସେ ମଧ୍ୟ ପଞ୍ଚାୟତ ପଲିଟିକ୍ସ ମଇଦାନକୁ ଓହ୍ଲାଇଛନ୍ତି । ଧରାକୋଟ ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଅନ୍ୟପଟେ ସାଂସଦଠୁ ମୁଖ୍ୟମନ୍ତ୍ରୀ ପଦବୀର ସ୍ୱାଦ ଚାଖିଥିବା ରାୟଗଡ଼ା ଗମାଙ୍ଗୋ ପରିବାର ବି ପଛକୁ ନହଟି ପଞ୍ଚାୟତ ପଲିଟିକ୍ସ ମଇଦାନକୁ ଓହ୍ଲାଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋଙ୍କ ଶ୍ୱଶୁର ଲିଙ୍ଗା ଗମାଙ୍ଗୋଙ୍କ ତିନି ପୁତ୍ର ବୋହୁ ଉଷା, ସବିତା ଓ ପାର୍ବତୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉଷା ସରପଞ୍ଚ ପଦବୀ ପାଇଁ ପାର୍ବତୀ ସମିତି ସଭ୍ୟ ପାଇଁ ଓ ସବିତା ଜିଲ୍ଲାପରିଷଦ ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।

ସେପଟେ ନବରଙ୍ଗପରରେ ବି ରୋଚକ ଲଢେଇ ଦେଖିବାକୁ ମିଳିବ । ର୍ପୂତନ ଡ଼ାବୁଗାଁ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଲିପିକା ମାଝୀ ପାପଡ଼ାହାଣ୍ଡି ଜୋନ-୨ର ଜିଲ୍ଲାପରିଷଦ ଆସନ ପାଇଁ ଲଢୁଥିବା ବେଳେ ତାଙ୍କ ବିପକ୍ଷରେ ଛିଡ଼ା ହୋଇଛନ୍ତି ଭୁଜବଳଙ୍କ ଝିଆରୀ ଭାନୁମତି ।

ଏସବୁ ଭିତରେ ଅଣ ରାଜନୈତିକ ପରିବାର ବି ଓହ୍ଲାଇଛନ୍ତି ମୈଦାନକୁ । ବାପ, ଝିଅ, ବୋହୁ ଲଢୁଛନ୍ତି ଜଗତସିଂହପୁର ଜିଲ୍ଲା ପାଣ୍ଡୁଆ ପଞ୍ଚାୟତରେ ଭିନ୍ନ ଭିନ୍ନ ପଦବୀରେ ଲଢୁଛନ୍ତି । କବି, ସାହିତ୍ୟିକ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ କୌଳାସ ଚନ୍ଦ୍ର ସ୍ୱାଇଁ ସରପଞ୍ଚ ପଦବୀ ପାଇଁ ଏବଂ ତାଙ୍କ ଝିଅ ଶୁଭଶ୍ରୀ ସମିତି ସଭ୍ୟା ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି କୌଳାସଙ୍କ ବୋହୁ ସ୍ୱପିତା ସ୍ୱାଇଁ ଜିଲ୍ଲା ପରିଷଦ ସଦସ୍ୟା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Comments are closed, but trackbacks and pingbacks are open.