Latest Odisha News

BREAKING NEWS

ଆଜି ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ହୋଇଛନ୍ତି ଅଧିକ

ଭୁବନେଶ୍ୱର: କରୋନା ଓ ନୂଆ ଭାରିଆଣ୍ଟ ଓମିକ୍ରନ ରାଜ୍ୟ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ତୁଳନାରେ ଅଧିକ ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଆଜି ୯,୮୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦ ହଜାର ୩୯୦ ଜଣ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଥିବା ରୋଗୀ ସଂଖ୍ୟା ସର୍ବାଧିକ ଅଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯୯ହଜାର ୪୨୩ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୯୪୪ ଜଣ, କଟକରୁ ୯୪୪, ବାଲେଶ୍ୱରରୁ ୫୦୯, ସମ୍ବଲପୁରରୁ ୫୦୦, ମୟୂରଭଂଜରୁ ୩୭୬, ବଲାଙ୍ଗୀରରୁ ୩୦୮, ପୁରୀରୁ ୨୭୧, ନୟାଗଡ଼ରୁ ୨୧୪ ଓ ରାୟଗଡ଼ାରୁ ୧୯୫ ଜଣ, ଯାଜପୁରରୁ ୧୯୧, ସୁବର୍ଣ୍ଣପୁରରୁ ୧୫୧, ଜଗତସିଂହପୁର, କଳାହାଣ୍ଡି, ନବରଂଗପୁରରୁ ୧୪୪ ଲେଖାଏଁ, ଗଂଜାମରୁ ୧୩୮, କୋରାପୁଟରୁ ୧୩୬, ଝାରସୁଗୁଡ଼ାରୁ ୧୨୮, କେନ୍ଦୁଝରରୁ ୧୨୪, ଗଜପତିରୁ ୧୦୬, ଭଦ୍ରକରୁ ୧୦୧, ଅନୁଗୁଳରୁ ୧୦୦, ବରଗଡ଼ରୁ ୮୪, ମାଲକାନଗିରିରୁ ୮୨, କେନ୍ଦ୍ରାପଡ଼ାରୁ ୭୧, ଢେଙ୍କାନାଳରୁ ୪୪, କନ୍ଧମାଳରୁ ୪୧, ଦେବଗଡ଼ରୁ ୨୩ ଓ ରାଜ୍ୟପୁଲରୁ ୫୬୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ ୫୬୯୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୪୧୩୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୭୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି।

Comments are closed, but trackbacks and pingbacks are open.