Latest Odisha News

ପଞ୍ଚାୟତ ରେଜଲ୍ଟ: ଏଯାଏ ୨୩୦ ଜିଲ୍ଲା ପରିଷଦ ଜୋନରେ ଜିତିଛି ବିଜେଡି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ଭୋଟ୍ ଗଣତି ଚାଲିଛି । ଗତକାଲି ଗଣନା କରାଯାଇଥିବା ୩୧୫ ଜିଲ୍ଲା ପରିଷଦ ଜୋନରୁ ୨୫୬ଟିର ଫଳାଫଳ ପ୍ରକାଶ ପାଇଛି । ଏଯାଏ ୨୩୦ଟି ଜୋନ୍‌ରେ ବିଜେଡି ପ୍ରାର୍ଥୀ ବାଜି ମାରିଛନ୍ତି । କଂଗ୍ରେସ ୧୨ ଓ ବିଜେପି ୧୦ଟି ଆସନରେ ବିଜୟୀ ହୋଇଛନ୍ତି । ଅନ୍ୟାନ୍ୟ ଦଳ ସପକ୍ଷରେ ଯାଇଛି ୪ଟି ଜିଲ୍ଲା ପରିଷଦ ଜୋନ୍ ।

ଆଜି ଭୋଟ୍ ଗଣତିର ଦ୍ୱିତୀୟ ଦିନ । ଆଜି ସୁଦ୍ଧା ବିଜେଡି ୨୮୧ ଜିଲ୍ଲା ପରିଷଦ ଆସନରେ ଆଗୁଆ ରହିଛି । ବିଜେପି ୧୫ ଓ କଂଗ୍ରେସ ୧୪ ଜିଲ୍ଲା ପରିଷଦ ଆସନରେ ଆଗୁଆ ରହିଛି । ସ୍ୱାଧୀନ ପ୍ରାର୍ଥୀ ୨ ଜିଲ୍ଲା ପରିଷଦ ଆସନରେ ଆଗୁଆ ଓ ଅନ୍ୟାନ୍ୟ ଦଳ ୩ଟି ଜୋନରେ ଲିଡ୍ କରୁଛନ୍ତି ।

୨୦୧୭ରେ ବିରୋଧୀ ଯେଉଁ ସବୁ ଜୋନରେ ବିଜୟୀ ହୋଇଥିଲେ ସେସବୁ ସ୍ଥାନରେ ଏଥର ଶଙ୍ଖ ନାଦ ହୋଇଛି । ବିଜେଡି କ୍ରେଜ୍ ଆଗରେ ଫେଲ୍ ମାରିଛନ୍ତି ବିଜେପି ଓ କଂଗ୍ରେସ । ରେକର୍ଡ ବିଜୟ ଲକ୍ଷ୍ୟ ଆଶା ରଖିଛି ବିଜେଡି ।

Comments are closed.