ପାଟନା: ରାଜ୍ୟ ନିର୍ବାଚନ ଆୟୋଗ ଆସନ୍ତା କିଛି ଦିନ ମଧ୍ୟରେ ବିହାର ପଞ୍ଚାୟତ ନିର୍ବାଚନ ୨୦୨୧ ତାରିଖ ଘୋଷଣା କରିପାରନ୍ତି। ସମସ୍ତେ ପଞ୍ଚାୟତ ନିର୍ବାଚନ ଉପରେ ନଜର ରଖିଛନ୍ତି। ତେବେ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ନିର୍ବାଚନ ଆୟୋଗ ଯେଉଁମାନେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମାନକ ତାଲିକା ପ୍ରକାଶ କରିଛନ୍ତି। ଯେଉଁ ପ୍ରାର୍ଥୀମାନେ ସେହି ମାନଦଣ୍ଡ ପୂରଣ କରୁନାହାଁନ୍ତି ସେମାନଙ୍କୁ ପ୍ରତ୍ୟାଖ୍ୟାନ କରାଯିବ।
ରାଜ୍ୟ ନିର୍ବାଚନ ଆୟୋଗ ଦ୍ବାରା ଜାରି କରାଯାଇଥିବା ମାନକ ତାଲିକାରେ ଦର୍ଶାଯାଇଛି ଯେ
ଦୁଇରୁ ଅଧିକ ପିଲା ଥିଲେ ପ୍ରାର୍ଥୀମାନେ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଏହାସହିତ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦିଆଯିବ ନାହିଁ।
ମାନସିକ ବିକୃତ ଲୋକମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ୨୧ ବର୍ଷରୁ କମ୍ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବାକୁ ଅନୁମତି ନାହିଁ।
କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା କୌଣସି ସ୍ଥାନୀୟ କର୍ତ୍ତୃପକ୍ଷ ଚାକିରିରେ କାର୍ଯ୍ୟ କରୁଥିବା ପ୍ରାର୍ଥୀମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ।
Comments are closed.