Latest Odisha News

BREAKING NEWS

ପୁଣି କମିଲା ସୁନା ଦାମ୍, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: କମିଲା ସୁନା ଦାମ । ଆଜି ସୁନା ଦର ୦.୩ ପ୍ରତିଶତ ହ୍ରାସ ପାଇଛି । ଏହାସହ ୧୦ ଗ୍ରାମ ପ୍ରତି ୪୪୭୩୧ ଟଙ୍କାରେ ପହଞ୍ଚିଛି ଦାମ୍ ।

ସେହିପରି ରୁପାର ଦର ମଧ୍ୟ କମିଛି । ରୁପାର ଦାମ୍ ୦.୫ ପ୍ରତିଶତ ହ୍ରାସ ପାଇ କେଜି ପିଛା ୬୭୧୭୭ ଟଙ୍କାରେ ପହଁଚିଛି । ତେବେ ସୁନା ୧୧ ମାସ ମଧ୍ୟରେ ସର୍ବନିମ୍ନସ୍ତରରେ ପହଁଚିଛି । 

ଗତବର୍ଷ ଅଗଷ୍ଟରେ ସୁନା ୫୭୦୦୦ ଟଙ୍କାରେ ପହଞ୍ଚିଥିଲା । ତେବେ ବୁଧବାର ସୁନା ଦରରେ ୦.୧୧ ପ୍ରତିଶତ ଓ ରୁପାରେ ୦.୨ ପ୍ରତିଶତ ଅବିଭୃଦ୍ଧି ପରିଲକ୍ଷିତ ହୋଇଥିଲା । କିନ୍ତୁ ଗୁରୁବାର ଏମସିଏକ୍ସରେ କାରବାର ବନ୍ଦ ରହିଥିଲା ।

ଦିଲ୍ଲୀର ଗହଣା ବଜାରରେ ଆଜି ସୁନା ଦରରେ ୦.୩ ପ୍ରତିଶତ ହ୍ରାସ ପାଇଛି । ଦିଲ୍ଲୀରେ ସୁନାଦର ଏବେ ୧୦ ଗ୍ରାମ ପିଛା ୪୪୭୩୧ ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ୍ ୦.୨ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୧୭୧୮ ଡଲାର ରହିଛି ।

ସେହିପରି ରୁପା ଦର ୦.୫ ପ୍ରତିଶତ ହ୍ରାସ ପାଇ କେଜି ପିଛା ୬୭୧୭୭ ଟଙ୍କାରେ ପହଁଚିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ରୁପା ଆଉନ୍ସ ପିଛା ରହିଛି ୨୬.୧୧ ଡଲାର ।  

Leave A Reply

Your email address will not be published.