Latest Odisha News

BREAKING NEWS

[ଭିଡ଼ିଓ] ନାମାଙ୍କନକୁ ନାକଚକୁ ବିରୋଧ କରି ଧାରଣାରେ ସରପଂଚ-ୱାର୍ଡମେମ୍ବର ପ୍ରାର୍ଥୀ

ମୟୂରଭଞ୍ଜ: ନାମାଙ୍କନକୁ ନାକଚକୁ ବିରୋଧ କରି ଧାରଣାରେ ସରପଂଚ ଏବଂ ୱାର୍ଡମେମ୍ବର ପ୍ରାର୍ଥୀ । ପଂଚାୟତ ନିର୍ବାଚନକୁ ନେଇ ଏବେ ସରଗରମ ରାଜନୀତି । ଯାଂଚ ପ୍ରକ୍ରିୟା ସରିଥିବା ବେଳେ ଯାଂଚରେ ଅସନ୍ତୁଷ୍ଟ ରହିଛନ୍ତି ଅନେକ ପ୍ରାର୍ଥୀ । କପ୍ତିପଦା ପଂଚାୟତରେ ସରପଂଚ ପାଇଁ ନାମାଙ୍କନ ଦାଖଲ କରିଥିଲେ ପାର୍ବତୀ ନାଏକ । ଯାହାକି ଯାଂଚ ପରେ ହଠାତ୍ ତାଙ୍କ ନାମ ପ୍ରାର୍ଥୀ ତାଲିକାରୁ କାଟି ଦିଆଯିବା ବା ତାଙ୍କ ନାମାଙ୍କନକୁ ନାକଚ କରି ଦିଆଯାଇଛି  ।

ତେବେ କେଉଁ କାରଣରୁ ତାଙ୍କ ନାମାଙ୍କନ ନାକଚ ହୋଇଛି ତାହା ଜାଣିବାକୁ ସେ ଇଲେକ୍ସନ ଅଫିସର ତହସିଲଦାର କପ୍ତିପଦାଙ୍କ ନିକଟକୁ ଯାଇଥିଲେ ସୁଦ୍ଧା କୌଣସି ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ ।

ସେହିପରି କପ୍ତିପଦା ପଂଚାୟତ ୧୬ ନଂ ୱାର୍ଡର ୱାର୍ଡମେମ୍ବର ପ୍ରାର୍ଥୀ ଲଳିତା ମାରାଣ୍ଡିଙ୍କର ମଧ୍ୟ ନାମାଙ୍କନ ଖାରଜ ହୋଇଛି । ଯାହାକୁ ନେଇ ଉଭୟ ସରପଂଚ ପ୍ରାର୍ଥୀ ପାର୍ବତୀ ଏବଂ ୱାର୍ଡମେମ୍ବର ପ୍ରାର୍ଥୀ ଲଳିତା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ନାମାଙ୍କନ ଦାଖଲ ସମୟରେ ଏବଂ ଯାଂଚ ସମୟରେ ସେମାନଙ୍କର ସମସ୍ତ କାଗଜପତ୍ର ଠିକ୍ ଥିବା କୁହାଯାଇଥିବା ବେଳେ କେଉଁ ଆଧାରରେ ସେମାନଙ୍କ ନାମାଙ୍କନ ଖାରଜ କରିଲେ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ପ୍ରାର୍ଥୀ । ତେବେ ତାଙ୍କ ନାମାଙ୍କନ ପତ୍ର ରି-ଚେକିଂ କରାଯିବା ଜରୁରୀ ବୋଲି ଜିଦିରେ ଅଡି ବସିଛନ୍ତି ପ୍ରାର୍ଥୀ ।

Comments are closed, but trackbacks and pingbacks are open.