ଭୁବନେଶ୍ୱର: ରାଜ୍ୟରେ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶେଷ ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦିନ ୧ଟା ସୁଦ୍ଧା ୬୦ ପ୍ରତିଶତ ମତଦାନ ସରିଛି । ଏ ନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଆଜି ୨ଶହ ଜିଲ୍ଲା ପରିଷଦ ଜୋନ ଓ ୧ ହଜାର ୬ଶହ ୬୯ ସରପ ଏବଂ ୧ ହଜାର ୬ଶହ ୬୯ ସମିତି ସଭ୍ୟ ପାଇଁ ଭୋଟ ଗ୍ରହଣ ହୋଇଛି । ଭୋଟ ଗ୍ରହଣ ସରିବା ପରେ ବାଲାଟ ବାକ୍ସ ଗୁଡ଼ିକୁ ସିଲ କରାଯାଇଛି । ବାକ୍ସଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ବ୍ଲକ ହେଡକ୍ୱାଟର୍ସର ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ସବୁ ପର୍ଯ୍ୟାୟ ଭୋଟ ସରିଲା ପରେ ୨୬ ତାରିଖରୁ ଭୋଟ ଗଣତି ଆରମ୍ଭ ହେବ ।
Comments are closed.