Latest Odisha News

BREAKING NEWS

[ଭିଡିଓ] ପ୍ରାର୍ଥୀଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଧାୟକଙ୍କ ପତ୍ନୀ

ପିପିଲି : ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ସରଗରମ । ପ୍ରଚାର ପ୍ରସାରରେ ଦୁଲୁକୁଛି ଗାଁ ଦାଣ୍ଡ ।ଘର ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ ।ପ୍ରାର୍ଥୀଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ପତ୍ନୀ ଜାଗୃତି ମହାରଥୀ । ପିପିଲି ବ୍ଲକ ୨୨ନମ୍ବର ଜୋନ ପମସର ଓ ଓରକଳ ପଞ୍ଚାୟତ ରେ ଜୋରସୋରରେ ପ୍ରଚାର କରୁଛନ୍ତି ବିଜେଡି କର୍ମୀ ଓ ବିଧାୟକଙ୍କ ପତ୍ନୀ ।

ଓରକଳ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟା ପ୍ରାର୍ଥୀଙ୍କ ପାଇଁ ବ୍ଲକ ଉପାଧ୍ୟକ୍ଷ ପ୍ରଚାର କରୁଥିବା ବେଳେ ପମସରରରା ଜିଲ୍ଲା ପରିଷଦ ପ୍ରାର୍ଥୀନି ସଙ୍ଗୀତା ବେହେରା ଓ ସରପଞ୍ଚ ସମିତି ସଭ୍ୟାଙ୍କ ପାଇଁ ପ୍ରଚାର କରିଛନ୍ତି ଜାଗୃତି ଓ ପୁରୀ ଜିଲ୍ଲାର ବିଜେଡି ସମ୍ପାଦକ ।

ଭୋଟ ମାତ୍ର ଆଉ କିଛି ଦିନ ବାକି ଥିବା ବେଳେ । ଗାଁ ଗଣ୍ଡରେ ଜମୁଛି ପ୍ରଚାର । ଦଳୀୟ ସମର୍ଥକ ମାନେ ପ୍ରାର୍ଥୀଙ୍କ ସହ ଘର ଘର ବୁଲି ପ୍ରାର୍ଥୀଙ୍କ ସପକ୍ଷରେ ଲୋଡୁଛନ୍ତି ସମର୍ଥନ । ମୁଖ୍ୟମନ୍ତ୍ରୀଙ୍କ ଅନେକ୍ ବିକାଶ ମୂଳକ ଯୋଜନା କୁ ନେଇ ଭୋଟର ମାନଙ୍କୁ ମନାଇବାରେ ଲାଗିଛନ୍ତି ଦଳ ।

ବାକି ରହିଥିବା ଅଧୁରା କାମ ଗୁଡିକ ମଧ୍ୟ ଶେଷ କରିବା ପାଇଁ ପ୍ରାର୍ଥୀମାନେ ଘର ଘର ବୁଲି ପ୍ରତିଶ୍ରୁତି ଦେଉଛନ୍ତି । ସେପଟେ ଏହି ଜୋନ ବିଜେଡି ଗଡ ହୋଇଥିବା ବେଳେ । ଦଳୀୟ ପ୍ରାର୍ଥୀ ବିଜୟ ଲାଭ କରିବେ ବୋଲି ନେତାମାନ କହିଛନ୍ତି।

Comments are closed, but trackbacks and pingbacks are open.