Latest Odisha News

BREAKING NEWS

ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଜୀବନରୁ ମାରିଦେବାକୁ ମିଳୁଛି ଧମକ: ଥାନାରେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅଭିଯୋଗ

ଭଦ୍ରକ: ଭଣ୍ଡାରିପୋରୀ ପଞ୍ଚାୟତ ସମିତି ଅଧ୍ଯକ୍ଷା ସୁମତୀ ସେଠୀ ବିଜେପିରେ ଯୋଗ ଦେବାକୁ କିଛି ଦିନ ପୂର୍ବରୁ ଦରଖାସ୍ତ କରିଥିଲେ। କିନ୍ତୁ ଏହାପରେ ତାଙ୍କୁ ଧମକ ମିଳୁଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବିଜେଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପାଇଁ ଦରଖାସ୍ତ କରିଥିଲେ। ଏହି କଥା ପ୍ରଚାରିତ ହେବା ପରେ ବିଜୁ ଜନତା ଦଳର କେତେକ ନେତା ତାଙ୍କୁ ଦଳ ନଛଡିବା ପାଇଁ ବାଧ୍ୟ କରି ଆସୁଥିଲେ।

ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଗତ ଶନିବାର ରାତିରେ କେତେକ ଅସାମାଜିକ ଲୋକ ତାଙ୍କ ଘରକୁ ପଥର ମାଡ କରିବା ସହ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ ଦେଇଥିଲେ। ଏପରିକି ଦଳ ଛାଡିଲେ ଜୀବନରୁ ମାରି ଦିଆଯିବ ବୋଲି ଧମକ ଦେଇଥିଲେ ବୋଲି ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି। ଅଧ୍ଯକ୍ଷା ଓ ତାଙ୍କ ପରିବାରଙ୍କୁ ସୁରକ୍ଷା ପାଇଁ ଅଭିଯୋଗରେ ପୋଲିସକୁ ଅନୁରୋଧ କରିଛନ୍ତି। ମାତ୍ର ଏହି ଅଭିଯୋଗ ଅନୁଯାୟୀ ମାମଲା ରୁଜୁ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଭଣ୍ଡାରିପୋଖରୀ ଥାନା ଅଧିକାରିଣୀ ରାଜଲକ୍ଷ୍ମୀ ନାୟକ ମତ ଦେଇଛନ୍ତି।

ରାଜ୍ୟରେ ବିଜେଡି ଦୁର୍ବଳ ହେବାପରେ ବିଜେଡି ଛାଡି ବିଜେପିରେ ଯୋଗ ଦେଉଥିବାବେଳେ ଏହି ଘଟଣା ଏବେ ଅଧିକ ରୋଚକ କରିଛି । ବିଜେଡି ଛାଡି ବିଜେପିରେ ଯୋଗ ଦେବା ପାଇଁ ଭଦ୍ରକ ଵ୍ଲକ ଅଧ୍ୟକ୍ଷା, ଵନ୍ତ ଵ୍ଲକ ଅଧ୍ୟକ୍ଷ ଓ ଵାସୁଦେବପୁର ଵ୍ଲକ ଅଧ୍ୟକ୍ଷ ବିଜେପିରେ ମିଶିବା ନେଇ ୪ ଜଣ ବୈଠକ କରିଥିଲେ। ଏନେଇ କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Comments are closed.