Latest Odisha News

BREAKING NEWS

‘ବିଜେଡି ଛାଡିଲେ ଜୀବନରୁ ମାରିଦେବୁ…’, ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କୁ ମିଳିଲା ଧମକ…

ଭଦ୍ରକ: ଖାଲି ହେଉଛି ଶଙ୍ଖ ଗଡ…ଜଣେ ପରେ ଜଣେ ତୁଙ୍ଗ ନେତା ବିଜେଡି ଛାଡୁଛନ୍ତି…ଯିଏ ଅଛନ୍ତି ସେ ବି ଅସନ୍ତୁଷ୍ଟ

ଯାହାକୁ ନେଇ ଏବେ ନୂଆ ଫର୍ମୂଲା ଆପଣାଇଛି ବିଜେଡି । ଦଳ ଖାଲି କରିବାକୁ ଚିନ୍ତା କରୁଥିବା ନେତାନେତ୍ରୀଙ୍କୁ ଦେଉଛି ଧମକ । ଦଳ ଛାଡିଲେ ଜୀବନରୁ ମାରିଦେବୁ! ଏକଥା ଆମେ ନୁହେଁ କିଛି ଏପରି ଅଭିଯୋଗ କରିଛନ୍ତି, ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା । ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି, ଭଣ୍ଡାରିପୋରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ । ସେ ବିଜେପି ଦଳରେ ଯୋଗଦାନ କରିବାକୁ କିଛି ଦିନ ପୂର୍ବରୁ ଦରଖାସ୍ତ କରିଥିବାରୁ ଏବେ ତାଙ୍କୁ ଧମକ ମିଳୁଥିବା ନେଇ ଅଭିଯୋଗ  ହୋଇଛି। ଅଭିଯୋଗ ଅନୁଯାୟୀ ବିଜେଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପାଇଁ ଦରଖାସ୍ତ କରିଥିଲେ । ଏହିକଥା ପ୍ରଚାରିତ ହେବାପରେ ବିଜୁ ଜନତା ଦଳର କେତେକ ନେତା ତାଙ୍କୁ ଦଳ ନଛଡିବା ପାଇଁ ବାଧ୍ୟ କରିଆସୁଥିଲେ । ସେ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଗତ ଶନିବାର ରାତିରେ କେତେକ ଅସାମାଜିକ ଲୋକ ତାଙ୍କ ଘରକୁ ପଥର ମାଡ କରିବା ସହ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ ଦେଇଥିଲେ । ଏପରିକି ଦଳ ଛାଡିଲେ ଜୀବନରୁ ମାରି ଦିଆଯିବ ବୋଲି ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ ଭଣ୍ଡାରିପୋଖରୀ ଥାନାର ଦ୍ବାରସ୍ଥ୍ୟ ହୋଇଛନ୍ତି ଅଧ୍ୟକ୍ଷା । ତାଙ୍କୁ ଏବଂ ତାଙ୍କ ପରିବାରଙ୍କୁ ସୁରକ୍ଷା ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି I ତେବେ ବର୍ତ୍ତମାନ ରାଜ୍ୟରେ ବିଜେଡି ଦୃର୍ବଳ ହେବାପରେ ଅନେକ ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେଉଥିବାବେଳେ ଏହି ଘଟଣା ଏବେ ଖବରର ଶିରୋନାମାରେ ରହିଛି । ଏହି ନିକଟରେ ବିଜେଡି ଛାଡି ଭଦ୍ରକ ଵ୍ଲକ ଅଧ୍ୟକ୍ଷା, ଵନ୍ତ ଵ୍ଲକ ଅଧ୍ୟକ୍ଷ ଓ ଵାସୁଦେବପୁର ଵ୍ଲକ ଅଧ୍ୟକ୍ଷ ବିଜେପିରେ ମିଶିବା ନେଇ ୪ ଜଣ ବୈଠକ କରିଥିଲେ। ଏନେଇ କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଭଦ୍ରକରୁ ଲାଲା ପ୍ରମୋଦ ରାୟଙ୍କ ରିପୋର୍ଟ…

Comments are closed.