ଭୁବନେଶ୍ୱର: କୁହାଯାଏ, ସାହାସର ଅନ୍ୟନାମ ହେଉଛନ୍ତି ବିଜୁ ପଟ୍ଟନାୟକ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ କିଏବା ନ ଜାଣେ ।
ସେ ଏଭଳି ଜଣେ ବ୍ୟକ୍ତିତ୍ୱ, ଯିଏକି ଏକାଧାରାରେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ନିର୍ଭୀକ ପାଇଲଟ, ସଚ୍ଚୋଟ ରାଜନେତା ଓ ଯୁଗସ୍ରଷ୍ଟା ଜନନାୟକ ମଧ୍ୟ।
ଏହି ଦୁଃସାହସିକ ବ୍ୟକ୍ତିତ୍ୱଙ୍କ ଜନ୍ମ ଦିବସ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ
ବିଜୁ ବାବୁଙ୍କ ପୂରା ନାମ ହେଉଛି ବିଜୟାନନ୍ଦ ପଟ୍ଟନାୟକ । ସେ ସମସ୍ତଙ୍କ ଗହଣରେ ବିଜୁ ବାବୁ ନାମରେ ଖୁବ୍ ପରିଚିତ ଥିଲେ । ତାଙ୍କ ଜୟନ୍ତୀ ତଥା ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଇଥାଏ ।
ବିଜୁ ବାବୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକର ତୁଳସୀପୁର ଠାରେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କ ମାଆ ଆଶାଲତା ଦେବୀ ବେଙ୍ଗଲୀ ପରିବାରରୁ ଆସିଥିଲେ । ଯାହାଫଳରେ ସେ ଜଣେ ଓଡିଆ ହେବା ସହ ଜଣେ ବଙ୍ଗାଳୀ ମଧ୍ୟ ।
ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲରଙ୍କ ବିରୋଧରେ ସେ ସୋଭିଏତ୍ ସୈନ୍ୟବାହିନୀକୁ ସାହାଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ଋଷିଆ ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ।
ଏକ ଘଡିସନ୍ଧି ମୁହୂର୍ତ୍ତରେ ସ୍ୱାଧୀନ ଇଣ୍ଡୋନେସିଆ ଉପରେ ଡଚ୍ ସାମ୍ରାଜ୍ୟବାଦୀମାନଙ୍କ ଆକ୍ରମଣ ବେଳେ ଅତି ଚତୁରତାର ସହ ବିଜୁ ବାବୁ ଇଣ୍ଡୋନେସିଆ ରାଷ୍ଟ୍ରପତି ସାହାରିୟାଙ୍କୁ ଜାକର୍ତ୍ତାରୁ ରେଙ୍ଗୁନ ଓ ସେଠାରୁ ନୂଆଦିଲ୍ଲୀକୁ ଉଡାଇ ଆଣିଥିଲେ ।
ବିଜୁ ବାବୁ ଓ ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକ ଇଣ୍ଡୋନେସିଆ ରାଷ୍ଟ୍ରପତି ସୁକର୍ଣ୍ଣଙ୍କ ଝିଅ ‘ମେଘାବତୀ’ର ନାମକରଣ କରିଥିଲେ।
କ୍ରୀଡା ପ୍ରତି ବିଜୁ ବାବୁଙ୍କ ଦୁର୍ବଳତା ରହିଥିବା ବେଳେ ସେ ଜଣେ ନିପୁଣା ବ୍ରିଡଜ୍ ଖେଳାଳି ବୋଲି ଖୁବ୍ କମ୍ ଲୋକେ ଜାଣନ୍ତି ।
ବିଜୁ ବାବୁ ଜଣେ ସାଇକେଲ୍ ପ୍ରେମୀ ମଧ୍ୟ । ସେ ସାଇକେଲରେ ରାଜ୍ୟ ସଚିବାଳୟକୁ ଯାଉଥିବା ନେଇ ବହୁବାର ଦେଖିବାକୁ ମିଳିଥାଏ । ଏପରିକି ମାନବିକତା ଉପରେ ଜନସାଧାରଣଙ୍କୁ ସଚେତନ କରିବାକୁ ଯାଇ ସେ ସାଇକେଲରେ ପାକିସ୍ତାନର ପେଶାୱାର ଯାଏଁ ଯାଇଥିଲେ ।
ସେ ଜଣେ ପ୍ରଜାବତ୍ସଳ ତଥା ଲୋକପ୍ରିୟ ରାଜନେତା ଭାବେ ପ୍ରାୟ ୭ ବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ଆସନରେ ଅବସ୍ଥାପିତ ରହିଥିଲେ ।
ସେ ନିଜର ଶେଷ ଜୀବନ ନବୀନ ନିବାସରେ ନୁହେଁ ବରଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅତି ଘନିଷ୍ଠ ଦିଲୀପ ରାୟଙ୍କ ଘରେ ଅତିବାହିତ କରିଥିଲେ । ଯାହାକୁ ସେ ପୁଅ ଭଳି ସ୍ନେହ କରୁଥିଲେ ।
ସେ କଳିଙ୍ଗ ଷଣ୍ଡ ଓ ଭାରତୀୟ ରାଜନୀତିର ବିଗ୍ ଡାଡୀ ଆଦି ବହୁ ନାମରେ ପରିଚିତ ଥିଲେ ।
Comments are closed.