Latest Odisha News

ବ୍ୟାଡମିଂଟନ: ତାଜିକସ୍ତାନରେ ସ୍ୱର୍ଣ୍ଣ ଜିତିଲେ ଓଡିଶାର ଋତୁପର୍ଣ୍ଣା-ଶ୍ୱେତପର୍ଣ୍ଣା

ଭୁବନେଶ୍ୱର: ଓଡିଶାର ଷ୍ଟାର ବ୍ୟାଡମିଂଟନ ଖେଳାଳି ଶ୍ୱେତପର୍ଣ୍ଣା ପଣ୍ଡା ଓ ଋତୁପର୍ଣ୍ଣା ପଣ୍ଡା ଭାରତକୁ ଗର୍ବିତ କରାଇଛନ୍ତି । ପଣ୍ଡା ଭଉଣୀ ବିଡବ୍ଲ୍ୟୁଏଫ ତାଜିକସ୍ତାନ ଆନ୍ତର୍ଜାତୀୟ ସିରିଜର ମହିଳା ଡବଲ୍ସ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲରେ ଋତୁପର୍ଣ୍ଣା(୨୪) ଓ ଶ୍ୱେତପର୍ଣ୍ଣା(୧୮) ଆଜରବୈଜାନର ଇରା ମାଫତୁହା ଓ ହଜର ନୁରିୟେଭା ଯୋଡିଙ୍କୁ ୨୧-୩ ଓ ୨୧-୭ ସିଧାସଳଖ ଗେମରେ ପରାସ୍ତ କରିଥିଲେ । ମାତ୍ର ୨୦ମିନିଟରେ ସେମାନେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଥିଲେ ।

କ୍ୱାର୍ଟରଫାଇନାଲରେ ଏହି ଦୁଇ ଭଉଣୀଙ୍କୁ ବାଇ ମିଳିଥିଲା । ଏହା ପରେ ସେମିଫାଇନାଲରେ ୟେଭା ବୁଟପାୟେଭା ଓ ନାରଗିଜା ରାଖମେଟୁଲାୟେଭାଙ୍କୂ ୨୧-୧୦ ଓ ୨୧-୮ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଚଳିତ ବର୍ଷ ଜୁନରେ ପଣ୍ଡା ଭଉଣୀ ଏପିଏସିଏସ କାଜକସ୍ତାନ ଆନ୍ତର୍ଜାରତୀୟ ଫ୍ୟୁଚର ସିରିଜରେ ରୌପ୍ୟ ପଦକ ହାସଲ କରିଥିଲେ ।

Leave A Reply

Your email address will not be published.