କୋଲକତା: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ କୋଲକାତା ନାଇଟ ରାଇଡର୍ସ ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ କୋଚ ଦାୟିତ୍ୱ ପ୍ରଦାନ କରିଛି । ବ୍ରେଣ୍ଡନ ମ୍ୟାକକୁଲାମଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ପଣ୍ଡିତଙ୍କ କୋଚିଂ ବଳରେ ମଧ୍ୟପ୍ରଦେଶ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ ଜିତିବାରେ ସକ୍ଷମ ହୋଇଥିଲା । ୨୦୨୨ରେ କେକେଆରର ପ୍ରଦର୍ଶନ ନୈରାଶ୍ୟଜନକ ରହିବାରୁ ଏବଂ ମ୍ୟାକକୁଲାମ ଇଂଲଣ୍ଡ କୋଚ ଦାୟିତ୍ୱ ତୁଲାଇବା ପାଇଁ ଚୁକ୍ତିବଦ୍ଧ ହେବା ଫଳରେ ଏହି ସ୍ଥାନ ଖାଲି ପଡିଥିଲା । ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ପଣ୍ଡିତ ଜାତୀୟ ଦଳ ପକ୍ଷରୁ ୫ଟି ଟେଷ୍ଟ ଏବଂ ୩୬ଟି ଦିନିକିଆ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ମୁମ୍ବାଇ ଓ ବିଦର୍ଭ ଟିମର କୋଚ ଦାୟିତ୍ୱ ମଧ୍ୟ ସେ ତୁଲାଇଛନ୍ତି । ସେ ଘରୋଇ କ୍ରିକେଟରେ ୮ ହଜାରରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଶ୍ରେୟାଶ ଆୟାର ଏବଂ ପଣ୍ଡିତଙ୍କ କମ୍ବିନେଶନ ଦଳକୁ ଫାଇଦାରେ ରଖିବ ବୋଲି କେକେଆର ପକ୍ଷରୁ କୁହାଯାଇଛି ।
BREAKING NEWS
- Private bus plunges into gorge: ଖାଇକୁ ଖସି ପଡିଲା ବସ୍ ..ଚାଲିଗଲା ୧୨ ଜୀବନ, ୩୩ ଗୁରୁତର
- ଗଣତନ୍ତ୍ର ଦିବସ ପୂର୍ବରୁ ଚିଲ, ଶାଗୁଣାଙ୍କୁ ଚିକେନ ପାର୍ଟି
- ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସତ୍ତ୍ୱାଧିକାର ନେଇ ଆଇନ ମନ୍ତ୍ରୀଙ୍କୁ ଅନ୍ତରିଣ ରିପୋର୍ଟ ପ୍ରଦାନ କଲେ ଜଷ୍ଟିସ୍ ଡିପି ଚୌଧୁରୀ କମିଟି
- ଘର ସୁରକ୍ଷା ସଚେତନତାକୁ ସୁଦୃଢ଼ କରିବାକୁ ବେଦାନ୍ତ ଆଲୁମିନିୟମର ‘ଅଗ୍ନି ଜାଗୃକ୍ତ ଅଭିଯାନ’ର ଶୁଭାରମ୍ଭ
- ସରକାରୀ ମେଡିକାଲ କଲେଜରେ ଆଉ ୫୦୨ ପିଜି ସିଟ୍ ବୃଦ୍ଧି ଯୋଜନା
- ‘ଜାତୀୟ ବାଉଁଶ ସମ୍ମିଳନୀ ୨୦୨୬’ ଉଦଘାଟିତ; ବାଉଁଶ ସାମଗ୍ରୀର ଅନଲାଇନ୍ ବିକ୍ରୀ ପାଇଁ ସ୍ୱତନ୍ତ୍ର ୱେବସାଇଟ୍
- ଓସ୍କାର ୨୦୨୬: କାନ୍ତରା: ଏ ଲୀଜେଣ୍ଡ ଚ୍ୟାପ୍ଟର ୧, ତନଭୀ ଦି ଗ୍ରେଟ ସମେତ ୪ ଫିଲ୍ମ ଶ୍ରେଷ୍ଠ ଫିଲ୍ମ ଦୌଡରେ
- Srimandir Bhakta Nivas: କମିବନି ଭକ୍ତ ନିବାସ ପାର୍କିଂ ଫି, ୫୦୦ ଟଙ୍କା ରହିବ:ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
- Balangir Highway: ଅସୁରକ୍ଷିତ ବଲାଙ୍ଗୀର ରାଜପଥ, ୬ ବର୍ଷରେ ୧୦୩୮ଜଣଙ୍କ ମୃତ୍ୟୁ…
- ସ୍ଲିପର୍ କୋଚ୍ ବସ୍ ପାଇଁ ନୂଆ ନିୟମ; ମନା ଇଚ୍ଛା କରିପାରିବେନି…
Comments are closed.