Latest Odisha News

ବିଜେଡି ନେତାଙ୍କ ବୈଠକରେ ପାଣ୍ଡିଆନ ଅନୁପସ୍ଥିତ, ବବି ଦେଲେ ବଡ଼ ବୟାନ!

ଭୁବନେଶ୍ୱର: ବିଧାନସଭା ଓ ଲୋକସଭା ନିର୍ବାଚନ ପରେ ଦଳର ନମ୍ବର ଟୁ ନେତା କୁହାଯାଉଥିବା ଭି.କେ ପାଣ୍ଡିଆନ ହଠାତ କ୍ୟାମେରା ସାମ୍ନାକୁ ନଆସିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ନବୀନ ନିବାସରେ ନିର୍ବାଚିତ ଏବଂ ପରାଜିତ ନେତାଙ୍କ ବୈଠକରେ ସେ ଅନୁପସ୍ଥିତ ରହିଛନ୍ତି। ଏହାରି ଭିତରେ ସେ ଦିଲ୍ଲୀ ବିମାନ ଯୋଗେ ଯାଇଥିବା ଦଳ ତରଫରୁ କୁହାଯାଇଛି। କିନ୍ତୁ କେଉଁ କାରଣ ପାଇଁ ସେ ଦଳର ବୈଠକରେ ଅନୁପସ୍ଥିତ ରହିଲେ ଏହାର ଜବାବ ଦେଇଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ସେ କହିଛନ୍ତି, ଦଳୀୟ ବୈଠକରେ କିଏ ରହିବେ ଏବଂ କିଏ ନରହିବେ ତାହା ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରେ। ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ କାହିଁକି ପାଣ୍ଡିଆନ ଅନୁପସ୍ଥିତ ପ୍ରଶ୍ନରେ ପ୍ରଣବ ଏଭଳି କିଛି କହିଥିବା ଜଣାପଡ଼ିଛି।

ସେହିପରି ବିଜେଡି ନେତା ପ୍ରଫୁଲ ସାମଲ କହିଛନ୍ତି, ବିନା ପାଣ୍ଡିଆନରେ ନବୀନ ସବୁ କରିପାରୁଛି। ଆପଣ ଏବେ ଦେଖିଲେ। ଆପଣମାନଙ୍କ ଧାରଣା ଥିଲା ପାଣ୍ଡିଆନଙ୍କ ବିନା ନବୀନ କିଛି କରିପାରୁନାହାନ୍ତି।

ବଡ଼କଥା ହେଉଛି, ନିକଟରେ ପାଣ୍ଡିଆନ୍ ତାଙ୍କ ଇନଷ୍ଟାଗ୍ରାମ ବାୟୋରେ ବିଜେଡିର ସଦସ୍ୟ ବୋଲି ହଟାଇ ଦେଇଛନ୍ତି। କେବଳ ନବୀନଙ୍କ ନେତୃତ୍ୱରେ କାମ କରିଥିବାରୁ ଖୁସିବ୍ୟକ୍ତ ବୋଲି ଉଲ୍ଲେଖ କରିଛନ୍ତି।

ନିର୍ବାଚନ ପ୍ରଚାର ହେଉ ଅବା ସରକାରୀ କାମରେ ପାଣ୍ଡିଆନଙ୍କ ପ୍ରଭାବ ରହିଥିଲା। ସେ ନବୀନ ପଟ୍ଟନାୟକଙ୍କ ଛାଇ ଭଳି ପାଖେପାଖେ ରହିଥିଲେ। ନବୀନ କମ୍ ପାଣ୍ଡିଆନ ଉଭୟ ସରକାର ଏବଂ ଦଳୀୟ କାର୍ଯ୍ୟକ୍ରମରେ ନିଜର ପ୍ରଭାବ ରଖିଥିଲେ। ନବୀନ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ ଦମ୍ବୋକ୍ତି ଦେଖାଇଥିଲେ। କିନ୍ତୁ ପରାଜୟ ପରେ ସେ ଏକ ପ୍ରକାର ନିରୁଦ୍ଦିଷ୍ଟ ଭଳି ସ୍ଥିତିରେ ଅଛନ୍ତି।

Leave A Reply

Your email address will not be published.