Latest Odisha News

BREAKING NEWS

ଇଂଲଣ୍ଡରେ ବି ହାର୍ଦ୍ଦିକ ହେବେ ଅଧିନାୟକ!

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ନିକଟରେ କହିଥିଲେ ଟିମ ଇଣ୍ଡିଆର ଏକ୍ସପେରିମେଂଟ ଆୟର୍ଲାଣ୍ଡ ଗସ୍ତ ପର୍ଯ୍ୟନ୍ତ ଚାଲିବ । ଏପରିକି ଇଂଲଣ୍ଡ ବିପକ୍ଷ ସିରିଜରେ ପ୍ରାୟତଃ ଭାରତର ଟି୨୦ ବିଶ୍ୱକପ ଟିମ ଖେଳିବ ବୋଲି ଅନୁମାନ କରାଯାଉଥିଲା । ମାତ୍ର ଏବେ ଏହା ସମ୍ଭବପର ଲାଗୁ ନାହିଁ । ବ୍ୟସ୍ତ ବହୂଳ କାର୍ଯ୍ୟସୂଚୀ ଯୋଗୁ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଏକ୍ସିପେରିମେଂଟ ଲାଗୁ କରାଯାଇପାରେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଏହି ସିରିଜ ଭାରତ ଖେଳିବ ବୋଲି ଆଶା କରାଯାଉଛି । ୫ଜୁଲାଇରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଶେଷ ହେବ । ଖେଳାଳିମାନଙ୍କ ପାଖରେ ବିଶ୍ରାମ ପାଇଁ କେବଳ ଗୋଟିଏ ଦିନ ରହିବ । ଏହା ପରେ ୭ରେ ପ୍ରଥମ ଟି୨୦ ଖେଳାଯିବ ।

ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ୨୬ ଓ ୨୮ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ୨ଟି ଟି୨୦ ମ୍ୟାଚ ଖେଳି ସାରିଥିବ । ଯଦି ଟେଷ୍ଟ ମ୍ୟାଚ ୩ କିମ୍ବା ୪ ଦିନରେ ଶେଷ ହୋଇଯିବ ତାହାହେଲେ ବିଶେଷ ଅସୁବିଧା ହେବନି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସବୁ କିଛି ଚାଲିବ । ଯଦି ୫ଦିନ ଯାକ ଖେଳ ହୁଏ ତାହାହେଲେ ଏଥିରେ କିଛି ପରିବର୍ତନ କରାଯାଇପାରେ । ଏ ସବୁକୁ ଆଖି ଆଗରେ ରଖି ହାର୍ଦ୍ଦିକ ଆଣ୍ଡ ଟିମକୁ ଆୟର୍ଲାଣ୍ଡ ପରେ ଇଂଲଣ୍ଡ ଯିବାକୁ କୁହାଯାଇଛି ।

Leave A Reply

Your email address will not be published.