Latest Odisha News

BREAKING NEWS

ଅପମିଶ୍ରିତ ପନିରକୁ ନେଇ ପୁଣି ବଡ଼ ରେଡ, ଟ୍ୱିନ ସିଟି ପରେ ଏବେ ବ୍ରହ୍ମପୁରରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ

ବ୍ରହ୍ମପୁର: ବଜାରରେ ମିଳୁଛି ବିଷ ପନିର। ପନିରରେ ମିଶୁଛି ମଇଦା। ରାକ୍ଷୀ ପୂର୍ବରୁ ଅପମିଶ୍ରିତ ପନିର-ଛେନାକୁ ନେଇ ବଡ଼ ରେଡ। କଟକ ପରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଛେନା ଏବଂ ପନିର ଯାଞ୍ଚ କଲା ଖାଦ୍ୟ ସୁରକ୍ଷା ବିଭାଗର ଟିମ। ୫୦ କେଜିରୁ ଅଧିକ ଅପମିଶ୍ରିତ ଛେନା ଓ ପନିର ନଷ୍ଟ। ସେହିପରି ଆଜି ବ୍ରହ୍ମପୁରରେ ବିଭିନ୍ନ ପନିର୍ ଓ କ୍ଷୀର ଦୋକାନରେ ବିଇଏମସିର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପନିରରେ ଅପମିଶ୍ରିତ ହେଉଛି କି ନାହିଁ ତାହାର ଯାଞ୍ଚ କରିଛି ବିଇଏମସିର ଟିମ୍।

ସହରର ୫ରୁ ଅଧିକ ଦୋକାନରେ ଚଢ଼ାଉ କରିଛି ବିଇଏମସିର ଏହି ଟିମ୍ । ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ବଜାରରେ ବିକ୍ରି ହେଉଥିବା ଦୁଗ୍ଧଜାତ ସାମଗ୍ରୀର ଗୁଣବତ୍ତା ଯାଞ୍ଚ ପାଇଁ ଏହି ସ୍ୱତନ୍ତ୍ର ଅଭିଯାନ ହାତକୁ ନିଆଯାଇଛି । ପ୍ରାରମ୍ଭିକ ଯାଞ୍ଚରୁ ଦୁଇଟି ଦୋକାନରେ ପନିରରେ ଅପମିଶ୍ରଣ ହୋଇଥିବା ସ୍ପଷ୍ଟ ଜଣାପଡ଼ିଛି । କେବଳ ପନିର ନୁହେଁ, ବରଂ ଖୁଆ, କ୍ଷୀର ଏବଂ ଗୁଣ୍ଡ ଛେନାରେ ମଧ୍ୟ ଅପମିଶ୍ରଣ ହେଉଥିବା ଜଣା ପଡ଼ିଛି । ବିପୁଳ ପରିମାଣର ଅପମିଶ୍ରିତ ପନିର୍, ଖୁଆ ଏବଂ କ୍ଷୀରକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଛି ।

ଏଭଳି ଅପମିଶ୍ରିତ ପନିରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। କହିଛନ୍ତି ଅପମିଶ୍ରିତ ପନିର ଖାଇଲେ କିଡନି ଖରାପ ହେବା ସହ, କ୍ୟାନସର ଭଳି ମାରାତ୍ମକ ରୋଗର ଶିକାର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଅପମିଶ୍ରିତ ପନିର ଚିହ୍ନିବେ କେମିତ? ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି କ୍ଷୀରରୁ ତିଆରି ହୋଇଥିବା ପନିର ସାମାନ୍ୟ ଧଳା ଦେଖାଯାଇଥାଏ । ହେଲେ ରାସାୟାନିକ ପଦାର୍ଥ ମିଶାଇ ତିଆରି ହୋଇଥିବା ପନିର ଅଧିକ ଧଳା ବା ତୋଫା ଦେଖାଯାଏ । କାରଣ ଏଥିରେ ୟୁରିଆ ମିଶାଯାଇଥିବାରୁ ଏହା ଅଧିକ ଧଳା ଦେଖାଯାଏ । ରାସାୟନିକ ମିଶା ପନିର ବା ଆନାଲଗ୍ ପନିର ଭାଙ୍ଗିକି ଦେଖିଲେ କିମ୍ବା ହାତରେ ଧରିଲେ ଏହା ଟାଣ ଥାଏ ଏବଂ ରବର ଭଳି ଅନୁଭୁତ ହୁଏ । ଅପମିଶ୍ରିତ ପନିରରେ କ୍ଷୀରର ବାସ୍ନା ବହୁତ କମ୍ ଥାଏ ଏଥିରୁ ସାମାନ୍ୟ କେମିକାଲ୍ ବାସ୍ନା ହୁଏ । ଯଦି ଏହି ଅପମିଶ୍ରିତ ପନିରରେ ଦୁଇ ଠୋପା ଆୟୋଡିନ ପକାଯାଏ ତେବେ ଏହାର ରଙ୍ଗ ବଦଳି ନୀଳ ହୋଇ ଯାଏ ବୋଲି କହିଛନ୍ତି ବେଷେଷଜ୍ଞ ।

Leave A Reply

Your email address will not be published.