Latest Odisha News

BREAKING NEWS

ବନ୍ୟା ପ୍ରଭାବିତ ଏହି ଜିଲ୍ଲାର ୩୧୩ଟି ସ୍କୁଲ୍ ବନ୍ଦ ଘୋଷଣା

ଯାଜପୁର: ଆଜି ଯାଜପୁର ଜିଲ୍ଲାର ୩୧୩ଟି ସ୍କୁଲ୍ ବନ୍ଦ ଘୋଷଣା। ବନ୍ୟା ପ୍ରଭାବିତ ୮ଟି ବ୍ଲକର ୩୧୩ଟି ସ୍କୁଲ୍ ବନ୍ଦ। ଯାଜପୁର, ବରୀ, ବିଂଝାରପୁର, ରସୁଲପୁର ବ୍ଲକରେ ସ୍କୁଲ୍ ବନ୍ଦ। ଦଶରଥପୁର, କୋରେଇ, ଧର୍ମଶାଳା ଓ ବଡ଼ଚଣା ବ୍ଲକରେ ସ୍କୁଲ୍ ବନ୍ଦ। ବନ୍ୟା ପ୍ରଭାବିତ ୮ଟି ବ୍ଲକର ସମସ୍ତ ସ୍କୁଲ୍‌ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଶିଶୁମାନଙ୍କ ସୁରକ୍ଷା ପାଇଁ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର କିଛି ଜିଲ୍ଲାରେ ବନ୍ୟା ଜନିତ ସମସ୍ୟା ଶେଷ ହୋଇନାହିଁ । ବିଶେଷ କରି ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ସ୍ଥିତି ଚିନ୍ତାଜନକ ସ୍ଥିତିରେ ରହିଛି । ବନ୍ୟା ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଉଛି ।

ସେହିପରି, ଆଜି ଭଦ୍ରକ ଜିଲ୍ଲାର ୨୦୫ଟି ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ବନ୍ୟା ପ୍ରଭାବିତ ୪ ବ୍ଲକର ୨୦୫ଟି ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ଭଦ୍ରକ, ତିହିଡ଼ି, ଧାମନଗର, ଚାନ୍ଦବାଲି ବ୍ଲକର ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ୨୬୫ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଛୁଟି ଘୋଷଣା କରାଯାଇଛି ।

Leave A Reply

Your email address will not be published.