Latest Odisha News

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ, ଗମ୍ଭୀରାରୁ ବାବା ଲୋକନାଥଙ୍କ ଦର୍ଶନ

ପୁରୀ : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ଏହି ଅବସରରେ ପୁରୀର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ଗମ୍ଭୀରାରୁ ବର୍ଷ ତମାମ ସଞ୍ଚିତ ହୋଇ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁସାରେ କଢ଼ାଯିବ।

ବର୍ଷ ତମାମ ଜଳରାଶି ମଧ୍ୟରେ ଧ୍ୟାନସ୍ଥ ରହିବା ପରେ ପଙ୍କୋଦ୍ଧାର ଏକାଦଶୀରେ ଦର୍ଶନ ଦେବେ ପ୍ରଭୁ ଶ୍ରୀଲୋକନାଥ । ବର୍ଷକରେ ଏହି ଗୋଟିଏ ଦିନ ପ୍ରଭୁଙ୍କୁ ସଶରୀର ଦର୍ଶନ କରିବାର ଅବସର ମିଳୁଥିବାରୁ ଏହି ପ୍ରତୀକ୍ଷିତ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି ହଜାର ହଜାର ଭକ୍ତ । ରାତି ଦୁଇଟାରୁ ଆରମ୍ଭ ପ୍ରଭୁଙ୍କ ପହୁଡ଼ ଖୋଲିବା ପରେ ନୀତିକାନ୍ତ ଆରମ୍ଭ ହୋଇ ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗମ୍ବୀରାରୁ ପଙ୍କ କାଢ଼ିବା କାର୍ଯ୍ୟ ଆରମ୍ଭ କରାଯାଇଛି ।

ବର୍ଷ ସାରା ଭକ୍ତମାନେ ବେଲ ପତ୍ର, ଫୁଲ, ନୈବେଦ୍ୟ ଓ ପାଣି ଲାଗି କରିବା ପରେ ସେସବୁକୁ ଗମ୍ଭୀରା ମଧ୍ୟରୁ ଖାଲି କରାଯିବ। ପରେ ପ୍ରଭୁଙ୍କୁ ମାଘସ୍ନାନ କରାଯାଇ ଦର୍ଶନର ସୁଯୋଗ ମିଳିବ । ଦିନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଭୁଙ୍କୁ ଦେଖିବାର ଅପୂର୍ବ ସୁଯୋଗ ନେବେ ଭକ୍ତ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Comments are closed, but trackbacks and pingbacks are open.