Latest Odisha News

BREAKING NEWS

ଧୋନୀଙ୍କ ୧୭ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ପନ୍ତ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ଚମତ୍କାର ଶତକ ହାସଲ କରି ରିଷଭ ପନ୍ତ ଭାରତକୁ ବିପଦରୁ ରକ୍ଷା କରିଛନ୍ତି । ଏଥିସହ ପନ୍ତ ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କ ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ଦ୍ରୁତ ଶତକ ହାସଲର ୧୭ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ପନ୍ତ ମାତ୍ର ୫୧ ବଲରେ ଅର୍ଦ୍ଧଶତକ ଓ ୮୯ ବଲରେ ଶତକ ହାସଲ କରି ନେଇଥିଲେ । ୨୦୦୫ରେ ଧୋନୀ ପାକିସ୍ତାନ ବିପକ୍ଷରେ ୯୩ ବଲରେ ଶତକ ହାସଲ କରିଥିଲେ । ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ୭ ୱିକେଟ ବିନିମୟରେ ୩୩୮ ରନ ସଂଗ୍ରହ କରିନେଇଛି । ରବୀନ୍ଦ୍ର ଜାଡେଜା ୮୩ ରନ କରି ଅପରାଜିତ ରହିଛନ୍ତି ।

ଉଭୟ ଷଷ୍ଠ ୱିକେଟରେ ୨୨୨ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଇଂଲଣ୍ଡ ବିପକ୍ଷରେ ଏହି ୱିକେଟରେ ଭାରତର ଏହା ଶ୍ରେଷ୍ଠ ପାର୍ଟନରଶିପ । ୨୦୧୮ରେ ପନ୍ତ ଏବଂ କେଏଲ ରାହୁଲ ଇଂଲଣ୍ଡ ବିପକ୍ଷରେ ୨୦୪ ରନ କରିଥିଲେ ।

Leave A Reply

Your email address will not be published.