Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଦୋଷ ଫୁଲର

ଯଦି ଫୁଲ ନଥାନ୍ତା
ପ୍ରେମ ନଥାନ୍ତା,
ଯଦି ପ୍ରେମ ନଥାନ୍ତା
ପ୍ରତାରଣା ନଥାନ୍ତା
ଯଦି ପ୍ରତାରଣା ନଥାନ୍ତା
ମାମଲା ନଥାନ୍ତା,
ଯଦି ମାମଲା ନଥାନ୍ତା
ୟୁଟୁବ ଚାନେଲ ନଥାନ୍ତା!

ଯଦି ଫୁଲ ନଥାନ୍ତା
ସୁଗନ୍ଧ ନଥାନ୍ତା,
ଯଦି ସୁଗନ୍ଧ ନଥାନ୍ତା
ଦୁର୍ଗନ୍ଧ ନଥାନ୍ତା
ଯଦି ଦୁର୍ଗନ୍ଧ ନଥାନ୍ତା
ନିଶାପାଣି ନଥାନ୍ତା,
ଯଦି ନିଶାପାଣି ନଥାନ୍ତା
ମାରପିଟ ନଥାନ୍ତା!

ଯଦି ଫୁଲ ନଥାନ୍ତା
ଫୁଲମାଳ ନଥାନ୍ତା,
ଯଦି ଫୁଲମାଳ ନଥାନ୍ତା
ଅତିଥି ନଥାନ୍ତା
ଯଦି ଅତିଥି ନଥାନ୍ତା
ଭାଷଣ ନଥାନ୍ତା,
ଯଦି ଭାଷଣ ନଥାନ୍ତା
ନେତା ନଥାନ୍ତେ!

ଯଦି ଫୁଲ ନଥାନ୍ତା
ଈଶ୍ୱର ନଥାନ୍ତା,
ଯଦି ଠାକୁର ନଥାନ୍ତା
ବିଶ୍ୱାସ ନଥାନ୍ତା
ଯଦି ବିଶ୍ୱାସ ନଥାନ୍ତା
ଦେବାଳୟ ନଥାନ୍ତା,
ଯଦି ଦେବାଳୟ ନଥାନ୍ତା
ସରକାର ନଥାନ୍ତା!

ଯଦି ଫୁଲ ନଥାନ୍ତା
ସୌନ୍ଦର୍ଯ୍ୟ ନଥାନ୍ତା,
ଯଦି ସୌନ୍ଦର୍ଯ୍ୟ ନଥାନ୍ତା
ସିନେମା ନଥାନ୍ତା!
ଯଦି ସିନେମା ନଥାନ୍ତା
ଲୁଟପାଟ ନଥାନ୍ତା,
ଯଦି ଲୁଟପାଟ ନଥାନ୍ତା
ପୁଲିସି ମାମୁଁ ନଥାନ୍ତା!

ଯଦି ଫୁଲ ନଥାନ୍ତା
ତେବେ ଭ୍ରମର ନଥାନ୍ତା,
ଯଦି ଭ୍ରମର ନଥାନ୍ତା
ତେବେ ମହୁ ନଥାନ୍ତା
ଯଦି ମହୁ ନଥାନ୍ତା
ତେବେ ଲାଳ ନଥାନ୍ତା,
ଯଦି ଲାଳ ନଥାନ୍ତା
ତେବେ ଦୁର୍ନୀତି ନଥାନ୍ତା!

Leave A Reply

Your email address will not be published.