ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ ମ୍ୟାଚରେ ବିଶୃଙ୍ଖଳିତ ଆଚରଣ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଦଣ୍ଡିତ ହୋଇଛନ୍ତି । ପନ୍ତଙ୍କ ମ୍ୟାଚ ଫିର ଶତ ପ୍ରତିଶତ ଅର୍ଥ ଜରିମାନା ବାବଦକୁ କଟା ଯାଇଛି । ପ୍ରବୀଣ ଆମ୍ରେଙ୍କ ଉପରେ ଗୋଟିଏ ମ୍ୟାଚର ପ୍ରତିବନ୍ଧ ଲଗା ଯାଇଥିବା ବେଳେ ଶାର୍ଦ୍ଦୁଳ ଠାକୁରଙ୍କ ୫୦ ପ୍ରତିଶତ ଅର୍ଥ ଏ ବାବଦକୁ କଟାଯାଇଛି ।
ଅମ୍ପାୟରଙ୍କ ଏକ ନୋ ବଲ ନିଷ୍ପତିକୁ ବିରୋଧ କରି ପନ୍ତ ପଡିଆରୁ ବ୍ୟାଟ୍ସମ୍ୟାନଙ୍କୁ ଡକାଇ ଦେଇଥିଲେ । ପନ୍ତ ଜିଦ ଧରିଥିଲେ ନୋ ବଲ ନିଷ୍ପତି ଥାର୍ଡ ଅମ୍ପାୟରଙ୍କୁ ରେଫର କରାଯାଉ । ଯାହା କି ଅମ୍ପାୟର ଶୁଣି ନ ଥିଲେ । ପନ୍ତଙ୍କ ଏହି ନିଷ୍ପତି ଆଇସିସି କୋଡ ଅଫ କଣ୍ଡକ୍ଟକୁ ବିରୋଧ କରୁଥିଲା । ପନ୍ତଙ୍କ ଏ ଭଳି ନିଷ୍ପତି ନେଇ ସହକାରୀ କୋଚ ଶେନ ୱାଟସନ ତାଙ୍କ ଉପରେ ବିରକ୍ତ ହୋଇଥିଲେ ।
Comments are closed.