Latest Odisha News

BREAKING NEWS

ହଠାତ ବାଂଲାଦେଶ ସିରିଜରୁ ବାଦ ପଡିଲେ ପନ୍ତ

ଢ଼ାକା: ଭାରତ-ବାଂଲାଦେଶ ଦିନିକିଅ ସିରିଜ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଆଶ୍ଚର୍ଯ୍ୟଜନକ ଭାବେ ୱିକେଟ କିପର ରିଷଭ ପନ୍ତଙ୍କୁ ଦଳରୁ ବାଦ ଦିଆଯାଇଛି । ଆଘାତ ସମସ୍ୟା ଯୋଗୁ ସେ ଓହରି ଯାଇଥିବା କୁହାଯାଉଥିବା ବେଳେ ବିସିସିଆଇର ଏହି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦି ସେ ଅସୁସ୍ଥ ଥିଲେ ମ୍ୟାଚ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବା ଜରୁରୀ ଥିଲା ବୋଲି କି ପ୍ରଶ୍ନ ଉଠିଛି । ବିସିସିଆଇ ମେଡିକାଲ ଟିମ ପରାମର୍ଶ କ୍ରମେ ଏହି ନିଷ୍ପତି ନିଆଯାଇଛି । ତେବେ କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ପନ୍ତ ସମାଲୋଚିତ ହୋଇ ଆସୁଥିଲେ ।

ଏହା ପ୍ରମୁଖ କାରଣ ହୋଇଥିଲେ ମଧ୍ୟ ବିସିସିଆଇ ବିଳମ୍ବରେ ଏହି ନିଷ୍ପତି ନେଇଥିବାରୁ ଆଘାତ ସମସ୍ୟାକୁ କାରଣ ଭାବେ ଦର୍ଶାଇଛି । ଆଜି ଆରମ୍ଭ ହୋଇଥିବା ପ୍ରଥମ ଦିନିକିଆରେ ଭାରତ ୪୧.୨ ଓଭରରେ ୧୮୬ ରନ କରି ଅଲଆଉଟ ହୋଇଯାଇଛି । ଜବାବରେ ବାଂଲାଦେଶ ୧୯.୨ ଓଭରରେ ୩ ୱିକେଟ ହରାଇ ୭୪ ରନ କରିଛି ।

Leave A Reply

Your email address will not be published.