Latest Odisha News

BREAKING NEWS

ଗୋଟିଏ କିଡନୀରେ କେମିତି ବଞ୍ଚେ ମଣିଷ ? 

ନୂଆଦିଲ୍ଲୀ: ଆମ ଦେଶରେ କିଡନୀ ରୋଗୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ଅନେକ କିଡନୀ ରୋଗୀ ଗୋଟିଏ କିଡନୀରେ ବଞ୍ଚୁଥିବା ବେଳେ ଆଉ ଅନେକ ଲୋକ କିଡନୀ ଦେବା ପରେ ଗୋଟିଏ କିଡନୀରେ ଜୀବନ ଜିଉଁଛନ୍ତି । ତେବେ ଆସନ୍ତୁ ଜାଣିବା ଗୋଟିଏ କିଡନୀରେ କେମିତି ବଞ୍ଚେ ମଣିଷ ।

ମଣିଷ ଶରୀରରେ ୨ଟି କିଡନୀ ରହିଛି । କିଡନୀର କାମ ହେଲା ଆମ ଶରୀରରେ ଥିବା ରକ୍ତକୁ ସଫା ରଖିବା ଏବଂ ବର୍ଜ୍ୟକୁ ବାହାରକୁ କାଢ଼ିବା । ଅଧିକାଂଶ ଲୋକ ଆବଶ୍ୟକତା ଅନୁସାରେ, ପରିବାରର ଅନ୍ୟ ସଦସ୍ୟଙ୍କୁ କିଡନୀ ଦାନ କରିଥାନ୍ତି । ତେବେ କିଡନୀ ଦାନ କୌଣସି ଛୋଟ କଥା ନୁହେଁ । କାରଣ କିଡନୀ ଦେବା ପରେ ଅନେକ କିଛି ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ ।

୨ଟି କିଡନୀରୁ ଗୋଟିଏ ଡୋନେଟ୍ କରିବା ପରେ ଅନ୍ୟ କିଡନୀଟି ସାମାନ୍ୟ ଠାରୁ ଅଧିକ କାମ କରିଥାଏ । ଉକ୍ତ କିଡନୀର ଫଙ୍କସନ୍ ବଢ଼ିଯାଏ । ଡାକ୍ତରଙ୍କ କହିବା ଅନୁସାରେ, ଗୋଟିଏ କିଡନୀରେ ମଣିଷ ବଞ୍ଚି ପାରିବ । ଯଦି କୌଣସି ବ୍ୟକ୍ତି ୩୦ରୁ ୪୦ ବର୍ଷ ବୟସରେ କିଡନୀ ଦେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ଭାବେ ଆହୁରି ୨୦ରୁ ୨୫ ବର୍ଷ ବଞ୍ଚି ପାରିବେ କୌଣସି ଅସୁବିଧା ହେବ ନାହିଁ ।

ଡାକ୍ତରଙ୍କ ଅନୁସାରେ, ୬୦ରୁ ୬୫ ବର୍ଷ ବୟସରେ କିଡନୀ ଦେବା ଉଚିତ୍ ନୁହେଁ । କିଡନୀ ଦାନ ପୂର୍ବରୁ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ଜରୁରୀ । ତେବେ କିଡନୀ କାହିଁକି ଖରାପ ହୁଏ । ଆସନ୍ତୁ ଜାଣିବା ମୁଖ୍ୟ କାରଣ-

  • ମଧୁମେହ
  • ଉଚ୍ଚ ରକ୍ତଚାପ
  • ଅତ୍ୟଧିକ ପେନ୍ କିଲର ସେବନ
  • କିଡନୀ ବ୍ଲକେଜ୍

କେମିତି କିଡନୀକୁ ରଖିବେ ସୁସ୍ଥ ?

କିଡନୀ ଖରାପ ମୁଖ୍ୟ କାରଣ ହେଲା ମଧୁମେହ ଏବଂ ଉଚ୍ଚ ରକ୍ତଚାପ । କିଡନୀକୁ ଠିକ୍ ରଖିବା ଲାଗି ଆପଣଙ୍କୁ ମଧୁମେହ ଓ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ । କିଡନୀରେ ଷ୍ଟୋନ୍ ହେବା ଦ୍ୱାରା କିଡନୀ ଖରାପ ହୋଇ ଯାଇଥାଏ । ଏହି ସମୟରେ ଆପଣ ଅଧିକରୁ ଅଧିକ ପାଣି ପିଅନ୍ତୁ । ଅତ୍ୟଧିକ ପେନ୍ କିଲର ନିଅନ୍ତୁ ନାହିଁ ।

ଗୋଟିଏ କିଡନୀରେ ପ୍ରସବ ସମ୍ଭବ ?

କୌଣିସ ମହିଳା ଗୋଟିଏ କିଡନୀ ଦାନ ପରେ ମଧ୍ୟ ଗର୍ଭ ଧାରଣ କରି ପାରିବେ । ଗର୍ଭ ଧାରଣ ପାଇଁ କିଡନୀ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । କିଡନୀ ଦାନ ଦ୍ୱାରା ପୁରୁଷ ଓ ମହିଳାଙ୍କ ଫର୍ଟିଲିଟି ଉପରେ କୌଣସି ପ୍ରଭାବ ପଡ଼ି ନଥାଏ । ତେବେ କିଡନୀ ଦେବାର ଗୋଟିଏ ବର୍ଷ ମଧ୍ୟରେ ମାଆ ହେବାକୁ ଯୋଜନା କରିବା ଅନୁଚିତ୍ । କିଡନୀ ଦାନ ପରେ ୬ ମାସ ଯାଏ କୌଣସି ଓଜନ ସାମଗ୍ରୀ ଉଠାଇବେ ନାହିଁ ।

Leave A Reply

Your email address will not be published.