Latest Odisha News

BREAKING NEWS

ଅତି କମରେ ୬ମାସ କ୍ରିକେଟଠାରୁ ଦୂରେଇ ରହିବେ ପନ୍ତ

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ରିଷଭ ପନ୍ତଙ୍କ ଶୁକ୍ରବାର ବଡ ଧରଣର ଦୁର୍ଘଟଣା ହୋଇଛି । ଏଥିରେ ପନ୍ତଙ୍କ ମୁଣ୍ଡ, କହୁଣୀ ଓ ଆଂଠୁ ମାଡ ହୋଇଯାଇଛି । ଏହା ବ୍ୟତୀତ ହାଥ ଓ ପିଠି ମଧ୍ୟ ଆଘାତପ୍ରାପ୍ତ ହୋଇଛି । ପନ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଆନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଅତି କମରେ ୬ମାସ ସମୟ ଲାଗିବ । ସେ ଆଘାତପ୍ରାପ୍ତ ହେବା ଫଳରେ ଟିମ ଇଣ୍ଡିଆ ବ୍ୟତୀତ ଆଇପିଏଲର ଦିଲ୍ଲୀ କ୍ୟାପିଟାଲ୍ସକୁ ମଧ୍ୟ ଶକ୍ତ ଧକ୍କା ଲାଗିଛି । ପନ୍ତ ଏବେ ଫେବୃୟାରୀ-ମାର୍ଚ୍ଚରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଓ ଆଇପିଏଲରୁ ଓହରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଭାରତ ଯଦି ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କଲେ ତେବେ ଜୁନରେ ହେବାକୁ ଥିବା ଏହି ମୁକାବିଲାରେ ମଧ୍ୟ ପନ୍ତ ଖେଳିବା ନେଇ ସନ୍ଦେହ ରହିଛି ।

ପନ୍ତଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ପାଦ । ଏହା ସମ୍ପୂର୍ଣ୍ଣ ଭାବେ ଭଲ ହେବା ପାଇଁ ଅଧିକ ସମୟ ଲାଗିବ । ବିସିସିଆଇ ମଧ୍ୟ ପନ୍ତଙ୍କ ଏହି ଲିଗାମେଂଟ ଫାଟି ଯାଇଥିବା ନେଇ ଚିନ୍ତିତ ଅଛି । ଯଦି ଆବଶ୍ୟକ ହୁଏ ଏହାର ଚିକିତ୍ସା ପାଇଁ ପନ୍ତଙ୍କୁ ବିଦେଶ ପଠାଯାଇପାରେ । ମାଆଙ୍କ ନୂଆ ବର୍ଷର ସରପ୍ରାଇଜ ଦେବା ପାଇଁ ପନ୍ତ ଏକୁଟିଆ ଗାଡି ଚଳେଇ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଭଗବାନଙ୍କ କୃପାରୁ ସେ ଅଳ୍ପକେ ବଂଚି ଯାଇଛନ୍ତି । ଯାହାକୁ ନେଇ ପ୍ରଶଂସକ ମହଲରେ କିଛି ମାତ୍ରାରେ ଆଶ୍ୱସ୍ତି ଖେଳି ଯାଇଛି ।

Leave A Reply

Your email address will not be published.