Latest Odisha News

BREAKING NEWS

ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ଠର: ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା  ।  ମାର୍ଚ୍ଚ ୧ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେଉଥିବାବେଳେ  ମାର୍ଚ୍ଚ ୨ରୁ ଆରମ୍ଭ ହେବ କଳା ଓ ବାଣିଜ୍ୟ ପରୀକ୍ଷା । ସେହିପରି ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ପରୀକ୍ଷା ପରିଚାଳନା ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ସୂଚନା ଦେଇଛନ୍ତି  ।

ଜାନଆରୀ ୧୫ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚୂଡାନ୍ତ ହେବ  । ଫେବୃଆାରୀ ୧ରୁ ୧୦ ଯାଏ ପ୍ରାଟିକାଲ ପରୀକ୍ଷା ଚାଲିବ । ସିସିଟିଭି ସର୍ଭେଲାନ୍ସରେ ରହିବ ସମସ୍ତ ପରୀକ୍ଷା । ଏଥି ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସରିଛି । ତେବେ କୋଭିଡ ଗାଇଡ ଲାଇନ ସେହି ସମୟରେ ଯାହା ଜାରି ହୋଇଥିବା ତାକୁ ପାଳନ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

 

 

 

Leave A Reply

Your email address will not be published.