Latest Odisha News

ଷ୍ଟାଡିୟମରେ ପିଲାଙ୍କ ଭଳି ଦଉଡି ଦଉଡି ଗୁଡି ଧରିଲେ ପନ୍ତ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଅବସରରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ଟସ ହାରିବା ପରେ ଦିଲ୍ଲୀ ଟିମ ପ୍ରଥମେ ବ୍ୟାଟିଂ କରି ୨୫୭ ରନ ସଂଗ୍ରହ କରିଥିଲେ । ମୁମ୍ବାଇ ଟିମ ଯେତେବେଳେ ରନ ଚେଜ ପାଇଁ ପଡିଆକୁ ଓହ୍ଲାଇଲେ ସେତେବେଳେ କିଛି ସମୟ ପାଇଁ ମ୍ୟାଚକୁ ବନ୍ଦ ରଖା ଯାଇଥିଲା । ସେ ସମୟରେ ଏକ ଗୁଡି ପଡିଆ ମଧ୍ୟକୁ ଆସିଥିଲା । ଏହା ଦେଖି ରିଷଭ ପନ୍ତ ପିଲାଙ୍କ ଭଳି ଏହି ଗୁଡି ପଛରେ ପଡି ଯାଇଥିଲେ ।

ସେ ବହୁ କଷ୍ଟରେ ଏହାକୁ ଧରିଥିଲେ । ତେବେ ଅମ୍ପାୟର ତାଙ୍କଠାରୁ ଗୁଡି ନେଇ ଫେରାଇ ଦେଲେ । ଏହା ପରେ ମ୍ୟାଚ ଆରମ୍ଭ ହୋଇଥିଲା । ପନ୍ତଙ୍କ ଟିମ ୧୦ ରନରେ ମୁମ୍ବାଇକୁ ହରାଇ ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛି ।

Leave A Reply

Your email address will not be published.