Latest Odisha News

BREAKING NEWS

ରୋମାଂଚକ ମୁକାବିଲାରେ ଦିଲ୍ଲୀ ବିଜୟୀ, ହରଡଘଣାରେ ପଡିଲା ମୁମ୍ବାଇ

ନୂଆଦିଲ୍ଲୀ: ଏଠାରେ ଶନିବାର ଅନୁଷ୍ଠିତ ଆଇପିଏଲର ଏକ ହାଇସ୍କୋରିଂ ରୋମାଂଚକ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ଏହି ବିଜୟ ସହ ଦିଲ୍ଲୀ ପ୍ଲେ ଅଫ ରେସରେ ରହିଥିବା ବେଳେ ମୁମ୍ବାଇ ଅସୁବିଧାରେ ପଡିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଜ୍ୟାକ ଫ୍ରେଜର ମ୍ୟାକଗୁର୍କଙ୍କ ୨୭ ବଲରେ ୮୪ ରନର ବିସ୍ପୋରକ ଇନିଂସ ସହାୟତାରେ ୪ ୱିକେଟ ବିନିମୟରେ ୨୫୭ ରନ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଟ୍ରିଷ୍ଟାନ ଷ୍ଟବ୍ସ ୨୫ ବଲରୁ ୪୮ ରନ କରି ଅପରାଜିତ ରହିଥିଲେ । ୨୫୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ପ୍ରାରମ୍ଭରୁ ଅସୁବିଧାରେ ପଡିଥିଲା । ମାତ୍ର ୬୫ ରନରେ ଦଳ ଈଶାନ କିଶାନ, ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ ହରାଇଥିଲା ।

ଏହା ପରେ ତିଳକ ବର୍ମା ୩୨ ବଲରୁ ୬୩, ହାର୍ଦ୍ଦିକ ପାଣ୍ଡ୍ୟା ୨୪ ବଲରୁ ୪୬ ରନ କରି ମ୍ୟାଚକୁ ରୋମାଂଚକ ସ୍ଥିତିକୁ ଆଣିଥିଲେ । ଏମାନେ ଆଉଟ ହେବା ପରେ ଟିମ ଡେଭିଡ ୧୭ ବଲରୁ ୩୭ ରନ କରିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ମୁମ୍ବାଇ ୯ ୱିକେଟ ବିନିମୟରେ ୨୪୭ ରନ କରିବାକୁ ସକ୍ଷମ ହୋଇଥିଲା । ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ଓ ରସିଖ ସଲାମ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଦିଲ୍ଲୀ ୧୦ ମ୍ୟାଚରୁ ୧୦ ପଂଏଟ ପାଇ ୫ମ ସ୍ଥାନରେ ରହିଛି । ମୁମ୍ବାଇ ୯ ମ୍ୟାଚରୁ ୬ ପଂଏଟ ହାସଲ କରି ୯ମ ସ୍ଥାନରେ ରହିଛି ।

Leave A Reply

Your email address will not be published.