Latest Odisha News

BREAKING NEWS

ସ୍ପାଇଡର ମ୍ୟାନ ହୋଇ ଷ୍ଟଂଟ କରୁଥିଲେ, ପୋଲିସ ଛଡାଇଲା ହୀରୋଗୀରି

ନୂଆଦିଲ୍ଲୀ: ବାଇକ ଲଭର୍ସଙ୍କ ସର୍ବଦା ଷ୍ଟଂଟ କରିବା ନିଶା ରହିଥାଏ । ଏଥିପାଇଁ ସେମାନେ ଆଗପଛ କିଛି ଚିନ୍ତା କରି ନ ଥାନ୍ତି । ସାଉଥ ୱେଷ୍ଟ ଦିଲ୍ଲୀରେ ଏ ଭଳି ଏକ ଯୋଡି ସ୍ପାଇଡର ମ୍ୟାନ ସାଜି ଦିଲ୍ଲୀର ଦ୍ୱାରକା ସଡକରେ ଷ୍ଟଂଟ କରୁଥିଲେ । ଏହି ଦୁଇ ୟୁଟ୍ୟୁବରଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଖବର ପୋଲିସ ପାଇବା ପରେ ସେମାନଙ୍କୁ ଚିହ୍ନଟ କରି ଗିରଫ କରିଥିଲା । ବିନା ହେଲମେଟରେ ଷ୍ଟଂଟ କରୁଥିବା ଏହି ଯୋଡିଙ୍କ ବାଇକ ନମ୍ବରକୁ ପୋଲିସ ଟ୍ରେସ କରି ଧରିଥିଲା । ଏବେ ଏମଭିର ବିଭିନ୍ନ ଧାରା ଅନୁସାରେ ସେମାନଙ୍କୁ ଦଣ୍ଡିତ କରାଯାଇଛି । ପୋଲିସ ଏହି ଦୁଇ ବାଇକ ଲଭର୍ସଙ୍କ ହୀରୋଗିରୀ ଛଡାଇବା କୌଣସି ଅବହେଳା କରି ନ ଥିଲା ।

ନଜଫଗଡର ଆଦିତ୍ୟ ତାଙ୍କର ୧୯ ବର୍ଷୀୟା ସାଥୀ ଅଞ୍ଜଳିଙ୍କୁ ନେଇ ଏହି ଷ୍ଟଂଟ କରିଥିଲେ । ଭିଡିଓ ପୋଷ୍ଟ କରିବା ପରେ ସେମାନଙ୍କୁ ୯ ଲକ୍ଷ ଭ୍ୟୁଜ ମିଳିଥିଲା । ଦିଲ୍ଲୀ ପୋଲିସ ବାରମ୍ବାର ସଡକ ସୁରକ୍ଷା ନେଇ ସତର୍କତା ଜାରୀ କରୁଥିଲେ ମଧ୍ୟ ଅନେକଙ୍କ କ୍ଷେତ୍ରରେ ବ୍ୟତୀକ୍ରମ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.