Latest Odisha News

BREAKING NEWS

ଏମସରୁ ଫେରିଲେ ପପୁ, ଭିଡିଓ ଜାରି କରି ଗୁଜବକୁ କଲେ ଖଣ୍ଡନ

ଭୁବନେଶ୍ୱର : ସୋସିଆଲ ମିଡିଆରେ କମେଡି କିଙ୍ଗ୍ ପପୁ ପମପମଙ୍କ ମୃତ୍ୟୁକୁ ନେଇ ଉଠୁଥିବା ମିଛ ଗୁଜବକୁ ଏକ ଭିଡିଓ ଜାରି କରି ଖଣ୍ଡନ କରିଛନ୍ତି ନିଜେ ପପୁ ।

ସେ ଏହି ଭିଡିଓ ମାଧ୍ୟମରେ କହିଛନ୍ତି ଯେ “ମେଡିକାଲର ନିୟମ ଅନୁଯାୟୀ ଚିକିତ୍ସାର ମାସକ ପରେ ପୁଣିଥରେ ମେଡିକାଲ ଯାଇ ନିଜ ସ୍ୱାସ୍ଥ୍ୟବସ୍ଥାର ଚେକଅପ୍ କରାଇବାକୁ ପଡିଥାଏ । ଏଥିପାଇଁ ମୁଁ ଏମସ୍ ଯାଇଥିଲି, ତାମାନେ ନୁହେଁ କି ମୋ ଦେହ ପୁଣିଥରେ ଖରାପ ହେବାରୁ ଏମସ୍ ଯାଇଥିଲି” ।

ଏହା କେବଳ ଗୋଟେ ରୁଟିନ୍ ଚେକ୍ଅପ୍ ଥିଲା । ତେଣୁ ଆପଣମାନେ ଏଭଳି ଅପପ୍ରଚାର ସୃଷ୍ଟି କରନ୍ତୁ ନାହିଁ ବୋଲି ଏହି ଭିଡିଓ ଜରିଆରେ କହିଛନ୍ତି ପପୁ । ଏଥିସହିତ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ମଧ୍ୟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.