Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଝାରସୁଗୁଡା ବିମାନବନ୍ଦର ପରିଦର୍ଶନ କଲେ

ଝାରସୁଗୁଡା : ଆସନ୍ତା ସେପ୍ଟେମ୍ବର ୨୨ରେ ଝାରସୁଗୁଡାର ନବନିର୍ମିତ ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବାକୁ ଥିବାବେଳେ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ବିମାନ ବନ୍ଦର ପରିଦର୍ଶନ କରିଛନ୍ତି ।

ଏଥିସହିତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ “ବିମାନ ଚଳାଚଳ ଓ ଯୋଗାଯୋଗ କ୍ଷେତ୍ରରେ ଏହି ବିମାନ ବନ୍ଦରଟି ଓଡିଶାର ଦ୍ୱିତୀୟ ବିମାନବନ୍ଦର ଭାବେ ଇତିହାସ ସୃଷ୍ଟି କରିବ” ।

ସୂଚନା ଅନୁଯାୟୀ ଜୁଏଲଙ୍କ ସହିତ ବ୍ରଜରାଜନଗର ବିଧାୟିକାଙ୍କ ସମେତ ଏୟାରପୋର୍ଟର ନିର୍ଦ୍ଦେଶକ ଓ ଏୟାର ଓଡିଶାର ଅଧିକାରୀମାନେ ମଧ୍ୟ ପରିଦର୍ଶନରେ ରହିଥିଲେ । ଅନ୍ୟପକ୍ଷରେ ସେପ୍ଟେମ୍ବର ୨୨ରେ ଏହି ବିମାନ ବନ୍ଦରରୁ ପ୍ରଥମ ବିମାନ ଉଡାଣ ଆରମ୍ଭ କରିବ ।

Leave A Reply

Your email address will not be published.