Latest Odisha News

BREAKING NEWS

ବାଜପେୟୀଙ୍କ ଚିତାଭସ୍ମ ପୁରୀ ମହୋଦଧିରେ ବିସର୍ଜିତ ହେଲା

ପୁରୀ : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ପୁରୀ ମହୋଦଧିରେ ଆଜି ବିସର୍ଜନ କରାଗଲା ।
ଆଜି ପୁରୀରେ ବାଜପେୟୀଙ୍କ ଅସ୍ଥିକଳସ ପହଞ୍ଚିବା ପରେ ହଜାର ହଜାର ଲୋକ ଅସ୍ଥି କଳସରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ହଜାର ହଜାର ଲୋକଙ୍କ ସମାଗମରେ ସମୁଦ୍ରକୂଳ ଲୋକାରଣ୍ୟ ହୋଇପଡ଼ିଥିଲା । ‘ବାଜପେୟୀ ଅମର ରହେ’ ଧ୍ୱନୀ ସହିତ ବେଦ ମନ୍ତ୍ରୋଚ୍ଚାରଣରେ ଅସ୍ଥି କଳସରେ ଥିବା ସ୍ୱର୍ଗତ ବାଜପେୟୀଙ୍କ ଚିତାଭସ୍ମ ମହୋଦଧିରେ ବିସର୍ଜନ କରାଗଲା ।

ଚିତାଭସ୍ମ ମହୋଦଧିରେ ବିସର୍ଜିତ ହେବା ପୂର୍ବରୁ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଦକ୍ଷିଣ କରିଥିଲା ଅସ୍ଥିକଳସ ।

ଆଜି ସକାଳେ ଭୁବନେଶ୍ୱରସ୍ଥିତ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରୁ ଏକ ବିରାଟ ପଟୁଆରରେ ଅସ୍ଥିକଳସ ଗ୍ରହଣ କରାଯାଇ ପୁରୀ ଅଭିମୁଖେ ଯାତ୍ରା ହୋଇଥିଲା ।

ଭୁବନେଶ୍ୱରରୁ ପୁରୀ ବାଟରେ ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ଜନତା ବାଜପେୟୀଙ୍କ ଅସ୍ଥିକଳସର ଶେଷ ଦର୍ଶନ କରିଥିଲେ ।

ସୂଚନାଯୋଗ୍ୟ, ବୁଧବାର ଦିନ ଦିଲ୍ଲୀଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି ଅସ୍ଥିକଳସକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କଠୁ ଗ୍ରହଣ କରିଥିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ସେ ଏହି କଳସକୁ ଗ୍ରହଣ କରି ପୁରୀ ମହୋଦଧି ତଥା ଓଡ଼ିଶାର ପ୍ରମୁଖ ନଦୀରେ ବିସର୍ଜନ କରିବାକୁ ଓଡ଼ିଶା ଫେରିଥିଲେ ।

ତେବେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତଙ୍କ ସୂଚନାନୁଯାୟୀ ସ୍ୱର୍ଗତ ବାଜପେୟୀଙ୍କ ଚିତାଭସ୍ମ ଓଡ଼ିଶାର ପ୍ରମୁଖ ନଦୀ ଯଥା – ମହାନଦୀ, ବୈତରଣୀ, ଋଷିକୂଲ୍ୟା ଓ ବ୍ରାହ୍ମଣୀରେ ବିସର୍ଜନ ହେବା ସହିତ ରାଜ୍ୟର ସମସ୍ତ ଜିଲ୍ଲା ଓ ଜୋନସ୍ତରରେ ପ୍ରାଥନା ସଭା ମାନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଆଜି ମଧ୍ୟ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।

୨୪ ତାରିଖରେ ହେବାକୁ ଥିବା ସର୍ବଦଳୀୟ ସ୍ମୃତିସଭାରେ ଯୋଗଦେବାକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ସହିତ ଅନୁରୋଧ କରିଥିଲେ ।

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ମଧ୍ୟ ତାଙ୍କ ବାସଭବନର କାର୍ଯ୍ୟାଳୟରେ ଭେଟି ସର୍ବଦଳୀୟ ସ୍ମୃତିସଭାରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ ।

Leave A Reply

Your email address will not be published.