Latest Odisha News

ପାରଳାଖେମୁଣ୍ଡି ହତ୍ୟା ମାମଲା; ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଗଜପତି: ୨୦୦୯ରେ ପାରଳାଖେମୁଣ୍ଡିରେ ଘଟିଥିବା ଏକ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ଏହି ମାମଲାରେ ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରା ଜଜ ପ୍ରଦୀପ କୁମାର ସାମଲ । ଏହା ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରିଛନ୍ତି କୋର୍ଟ ।

ଅଭିଯୁକ୍ତ ମାନେ ହେଲେ ନାଗବଂଶ ନାଗାର୍ଜୁନ (୨୮), ଗୁରାଲୁ ବୁଡୁ (୫୬), ସକଳମୁଖୀ ବଲ୍ଲଭ(୮୪), ପାଡାଲା ପ୍ରସାଦ (୪୭), ବାଦା ଜିଲିପି ଓରଫ ଜିଲିପି କ୍ରିଷ୍ଣା (୪୨), ନାଗବଂଶ ରାମସ୍ୱାମୀ (୩୬), ଲିଆରି ସୁରେଶ (୪୨), ନାଗବଂଶ ରାମକୃଷ୍ଣ (୩୪), ସକଳମୁଖୀ ମାଧବ (୨୬), ନାଗବଂଶ ସୀମାଦ୍ରୀ (୬୨), ହରିକୃଷ୍ଣ ନାଗବଂଶ (୫୦), ନାଗବଂଶ ପଦ୍ମନ (୪୧), ନାଗବଂଶ ରାଧାକାନ୍ତ (୪୩), ଗୁରାଲୁ ଗୋପାଳ (୬୨), ନାଗବଂଶ ଭାସ୍କର ଓ ଜଙ୍ଗମ ହରିନାଥ ।

ଖବର ମୁତାବକ, ୨୦୦୯ ମସିହା ମାର୍ଚ୍ଚ ୧୨ ତାରିଖ ସେଦିନ ଥିଲା ହୋଲି ପର୍ବ । ଏହି ସମୟରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଉକ୍ତ ଅଭିଯୁକ୍ତ ମାନେ ଘରେ ପଶି ଜଣଙ୍କୁ ସଂଘବଦ୍ଧ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣା ଉକ୍ତ ଅଞ୍ଚଳରେ ହଇଚଇ ସୃଷ୍ଟି କରିଥିଲା ।

ପରେ ଘଟଣାର ତଦନ୍ତ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ଯୁବୁକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଯାହାର ୧୫ ବର୍ଷ ପରେ ଆଜି ରାୟ ପ୍ରକାଶ ପାଇଛି । ତେବେ ଗିରଫ ଅଭିଯୁକ୍ତ ୧୬ ଙ୍କ ମଧ୍ୟରୁ କୋର୍ଟ ମାମଲା ବିଚାରାଧୀନ ଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ନାଗବଂଶ ଭାସ୍କର ଓ ଜଙ୍ଗମ ହରିନାଥଙ୍କ ମୃତ୍ୟୁ ହୋଇଥିଲା ।

Comments are closed.