Latest Odisha News

ପାରା ମିଲିଟାରୀ କ୍ୟାଟିଂନ ତାଲିକାରୁ ବାଦ୍ ପଡିଲା ୧୦୦୦ରୁ ଅଧିକ ବିଦେଶୀ ଉତ୍ପାଦ

ନୂଆଦିଲ୍ଲୀ: ଭାରତର ପାରାମିଲିଟାରୀ କ୍ୟାଟିଂନରେ ଆଉ ବିଦେଶୀ ସାମଗ୍ରୀ ବିକ୍ରି ହେବ ନାହିଁ । ରିପୋର୍ଟ ମୁତାବକ ୧୦୦୦ରୁ ଊର୍ଦ୍ଧ୍ୱ ବିଦେଶୀ ଉତ୍ପାଦ କ୍ୟାଟିଂନ ତାଲିକାରୁ ହଟାଇ ଦିଆଯାଇଛି । ଜୁନ ୧ରୁ ଏହି ନିୟମ ଲାଗୁ ହେବ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ପରେ ବିଦେଶୀ ସାମଗ୍ରୀକୁ ହଟାଇ ଦିଆଯାଇ ସ୍ୱଦେଶୀ ସାମଗ୍ରୀକୁ ସାମିଲ କରାଯାଇଛି ।

ଏହାକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ସୂଚନାଯୋଗ୍ୟ, ଦେଶର ୧୦ ଲକ୍ଷ ସୁରକ୍ଷାକର୍ମୀଙ୍କ ୫୦ ଲକ୍ଷରୁ ଅଧିକ ପରିବାର ଏହି କ୍ୟାଟିଂନରୁ ଆବଶ୍ୟକ ସାମଗ୍ରୀ କିଣିଥାନ୍ତି । ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଉତ୍ପାଦ ବ୍ୟବହାର ଏବଂ ଆତ୍ମନିର୍ଭର ହେବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ ।

Comments are closed.