Latest Odisha News

BREAKING NEWS

ପରୀ ହତ୍ୟା ଘଟଣାର ଗିରଫ ଅଭିଯୁକ୍ତଙ୍କୁ ଆଜି ପକସୋ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

ନୟାଗଡ: ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଆଜି ନୟାଗଡ଼ ପକସୋ କୋର୍ଟରେ ହାଜର କରାଇବ କ୍ରାଇମବ୍ରାଞ୍ଚ । ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ନୟାଗଡ଼ ନାବାଳିକା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଯଦୁପୁର ଗାଁରୁ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଥିଲା । ତେବେ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରାଯାଇନାହିଁ ।

ଏସଆଇଟି ଅଭିଯୁକ୍ତକୁ ଚିହ୍ନଟ କରିବା ସହ ତଥ୍ୟ ପ୍ରମାଣ ଯୋଗାଡ଼ କରିଥିଲା । ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୭୬-ଏ (ଦୁଷ୍କର୍ମ), ୩୭୬-ଏବି (୧୨ ବର୍ଷରୁ କମ୍ ବୟସ୍କ ନାବାଳିକା ସହ ଦୁଷ୍କର୍ମ), ୩୬୪ (ଅପହରଣ), ୩୦୨ (ହତ୍ୟା) ଓ ୨୦୧ (ପ୍ରମାଣ ନଷ୍ଟ) ସହ ପକ୍ସୋ ଆଇନର ଧାରା-୬ରେ ମାମଲା ରୁଜୁ ହୋଇଛି ।

ପରୀକୁ ହତ୍ୟା କରିବାର ପାଞ୍ଚ ମାସ ପରେ କ୍ରାଇମବ୍ରାଞ୍ଚ ପ୍ରଥମ ଗିରଫଦାରୀ କରିଛି । ଜୁଲାଇ ୧୪ରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀ ନିଖୋଜ ହୋଇଥିଲା । ୧୦ ଦିନ ପରେ ଘର ପଛପଟରୁ ମିଳିଥିଲା ଗଳିତ ମୃତଦେହ । ନ୍ୟାୟ ପାଇବାରୁ ବଞ୍ଚିତ ହେବା ପରେ ପରୀର ବାପାମାଆ ବିଧାନସଭା ଆଗରେ ଆତ୍ମହୂତ ଉଦ୍ୟମ କରିଥିଲେ । ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ ।

ଯଦୁପୁର ଗାଁରେ SIT ତଦନ୍ତ

ଘଟଣାର ସ୍ପର୍ଶକାତରତାକୁ ଦେଖି ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏାହପରେ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଗଠନ ହୋଇଥିଲା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି । ୫ ଜଣିଆ ଏସଆଇଟି ଯଦୁପୁର ଗାଁରେ ତଦନ୍ତ କରିବା ସହ ତଥ୍ୟ ପ୍ରମାଣ ଯୋଗାଡ଼ କରିଥିଲେ । ଅଭିଯୁକ୍ତକୁ ଚିହ୍ନଟ କରିଥିଲା ଏସଆଇଟି ।

Leave A Reply

Your email address will not be published.