Latest Odisha News

BREAKING NEWS

ଜାଡ଼ରେ ଥରୁଛି ଓଡ଼ିଶା; ଫୁଲବାଣୀରେ ୬ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ଖସୁଛି ପାରଦ ବଢୁଛି ଥଣ୍ଡା। ହାଡ଼ଭଙ୍ଗା ଶିତରେ ଥରୁଛି ଓଡିଶା। ପ୍ରାୟ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ଟୱଲେ ରହିଛି।

କନ୍ଧମାଳରେ ୩ ବର୍ଷର ରେକର୍ଡ଼ ଭାଙ୍ଗିଛି ଶୀତ। ସୂଚନାନୁସାରେ ଫୁଲବାଣୀରେ ପାରଦ ୫.୫ ଡିଗ୍ରିକୁ ଖସିଆସିଛି ଯାହାକି ଏବେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା। ଶୀତର ଏଭଳି ପ୍ରକୋପ ଆହୁରି ୩ରୁ ୪ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ଏହାସହ ଆଭ୍ୟନ୍ତରୀଣ ଇଲାକାରେ ତୁଷାରପାତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଆଜି ତାପମାତ୍ରା ୯ଡିଗ୍ରି ରେକର୍ଡ଼ କରାଯାଇଛି।

Leave A Reply

Your email address will not be published.