ନୟାଗଡ଼:- ହାଇକୋର୍ଟରେ ଦ୍ବାରସ୍ଥ ହେଲେ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାର ଦୋଷୀ । କହିଲେ ତଥ୍ୟ ପ୍ରମାଣକୁ ଠିକ୍ ଭାବେ ବିଚାର ନକରି ତାଙ୍କୁ ଏହି ଦଣ୍ଡାଦେଶ ଦିଆଯାଇଛି । ଅତିରିକ୍ତ ଦୌରାଜଜ ତଥା ଚିଲଡ୍ରେନ କୋର୍ଟଙ୍କ ନ୍ୟାୟକୁ ବିରୋଧ କରି ହାଇକୋର୍ଟରେ ଆବେଦନ କରିଛନ୍ତି ଦୋଷୀ । ସୂଚନା ଥାଉ କି ନୟାଗଡ଼ର ନାବାଳିକା ପରୀ ମାମଲାରେ ଫେବୃଆରୀ ୬ ତାରିଖରେ ରାୟ ପ୍ରକାଶ ପାଇଥିଲା । ଏଥିରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସହ ୬ ହଜାର ଟଙ୍କାର ଜରିମାନା କରିଥିଲେ । ଏବେ ସେହି ରାୟକୁ ରଦ୍ଦ କରାଯାଉ ବୋଲି ହାଇକୋର୍ଟର ଦ୍ବାରସ୍ଥ ହୋଇ ଅପିଲ କରିଛନ୍ତି ଅଭିଯୁକ୍ତ । ୨୦୧୨୦ ଜୁଲାଇ ୧୪ ତାରିଖରେ ଗାଁ ଦାଣ୍ଡରେ ପରୀ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲେ । ଅଭିଯୁକ୍ତ କୁନି ଝିଅକୁ ଜାମୁକୋଳି ଦେବା ଆଶା ଦେଖାଇ ତାଙ୍କ ଘରକୁ ଡାକିଥିଲା । ସେଠାରେ କୁନି ଝିଅକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିଲା । ନିଜ ମୁହଁରେ ଏସବୁ କରିଥିବା କହିଥିଲା ଅଭିଯୁକ୍ତ । ହତ୍ୟା ଅଭିଯୋଗରେ ୨୦୨୦ ଡିସେମ୍ବର ୨୧ ତାରିଖରେ ଗିରଫ ହୋଇଥିଲା ଆଭିଯୁକ୍ତ ।
BREAKING NEWS
- US Places 10 Million Dollar Bounty on Iran Leaders: ଇରାନୀ ନେତାଙ୍କ ଉପରେ ୧୦ ନିୟୁତ ଡଲାର ପୁରସ୍କାର ରଖିଲା ଆମେରିକା, ଅଛି ମୋଜତାବା ଖାମେନେଇଙ୍କ ନାଁ
- Oust CEC Over ‘discriminatory conduct’: ୧୯୩ ସାଂସଦଙ୍କ ସାଇନ୍…ପଦରୁ ହଟିବେ କି ଜ୍ଞାନେଶ କୁମାର? CECଙ୍କୁ ହଟାଇବା ପାଇଁ କ’ଣ ରହିଛି ପ୍ରକ୍ରିୟା?
- Woman Kills 2 Minor Daughters: ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ!
- US Forces Targets on Iranian Island: ଖର୍ଗ ଆଇଲାଣ୍ଡ ଉପରେ ଆମେରିକାର ଆକ୍ରମଣ, ଇରାନର ସାମରିକ ଘାଟି ନଷ୍ଟ ନେଇ ଦାବି କଲେ ଟ୍ରମ୍ପ
- PM Modi hits out at Congress: ‘ତେଲ, ଏଲପିଜି ନେଇ ଦେଶକୁ ଭ୍ରମିତ କରୁଛି କଂଗ୍ରେସ’, ଆସାମରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
Comments are closed.