Latest Odisha News

ବିଲ୍‌ କରାଇଦେବା ପାଇଁ ଲାଞ୍ଚ ନେଉଥିଲେ ବିଆରସି, କାବୁ କଲା ଭିଜିଲାନ୍ସ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବ୍ଲକ ରିସୋସ କୋଡିନେଟର । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କାର୍ଯ୍ୟାଳୟ ବିଆରସି ମଧୁସୁଦନ ପଟେଲଙ୍କୁ କାବୁ କଲା ଭିଜିଲାନ୍ସ ଟିମ୍ ।

ଖବର ଅନୁଯାୟୀ, ଏକ ପାଇଖାନା ନିର୍ମାଣ ବିଲ ପାଇଁ ଅଭିଯୋଗକାରୀ ମହମ୍ମଦ ଆଶିଷଙ୍କୁ ଲାଞ୍ଚ ମାଗିଥିଲେ ବିଆରସି ମଧୁସୁଦନ ପଟେଲ । ହେଲେ ମହମ୍ମଦ ମନା ଲାଞ୍ଚ ଦେବାକୁ ମନା କରିବାରୁ ତାଙ୍କ କାମ ହେଇପାରିବନି ବୋଲି କହିଥିଲେ ମଧୁସୁଦନ । ଯାହାକୁ ନେଇ ମହମ୍ମଦ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ।

ପୂର୍ବ ଯୋଜନା ମୁତାବକ, ଆଜି ମହମ୍ମଦଙ୍କ ଠାରୁ ୫ ହଜାର ଟଙ୍କା ନେବାବେଳେ, ମଧୁସୁଦନ ପଟେଲଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିବା ସହ ବିଆରସିଙ୍କ ଦୁଇଟି ସ୍ଥାନରେ ଚଢାଉ ଚାଲିଛି । ଘଟଣାରେ ଅଧିକ ପଚରାଉଚରା କରୁଛି ଟିମ୍ ।

Leave A Reply

Your email address will not be published.