Latest Odisha News

BREAKING NEWS

ଯୁବତୀଙ୍କ ମୃତଦେହ ଉଦ୍ଧାର; ବେକରେ ରହିଛି କଟାଦାଗ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଲୋକନାଥପୁର ଶାସନ ଗାଁରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କ ନାଁ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ ।

ଗତକାଲି ଲକ୍ଷ୍ମୀପ୍ରିୟାଙ୍କ ମାଆ ମଞ୍ଜୁଲତା ଖୁଣ୍ଟିଆ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ବଣସିଂହ ଗାଁକୁ ଯାଇଥିଲେ।  ଘରେ ଲକ୍ଷ୍ମୀପ୍ରିୟା ଓ ତାଙ୍କର ମାନସିକ ଅନଗ୍ରସର ସାନ ଭଉଣୀ ନମିତା ଥିଲେ । ଆଜି ସକାଳେ ଲକ୍ଷ୍ମୀପ୍ରିୟା ବିଳମ୍ୱିତ ସମୟ ପର୍ଯ୍ୟନ୍ତ ଉଠି ନଥିଲେ । ଏନେଇ ଗାଁ ଲୋକେ ତାଙ୍କ ସାନ ଭଉଣୀ ନମିତାକୁ ପଚାରିଥିଲେ । ଏହାପରେ ଗାଁଲୋକ ଘର ଭିତରେ ଲକ୍ଷ୍ମୀପ୍ରିୟାଙ୍କ  ମୃତଦେହ ପଡ଼ିଥିବା ଦେଖିଥିଲେ । ତାଙ୍କ ବେକରେ କଟା ଦାଗ ଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଗାଁଲୋକେ ଲକ୍ଷ୍ମୀପ୍ରିୟାଙ୍କ ମାଆ ଏବଂ ପୁଲିସକୁ ଖବର ଦେଇଥିଲେ ।

ପୁଲିସ୍ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଲକ୍ଷ୍ମୀପ୍ରିୟାଙ୍କୁ କେହି ହତ୍ୟା କରିଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ବର୍ଷକ ତଳେ ଲକ୍ଷ୍ମୀପ୍ରିୟାଙ୍କ ବାପାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଲକ୍ଷ୍ମୀପ୍ରିୟାଙ୍କ ମାଆ ପର ଘରେ କାମ କରନ୍ତି ।

Leave A Reply

Your email address will not be published.