Latest Odisha News

BREAKING NEWS

ପରୀ ହତ୍ୟା ମାମଲା: ଚାର୍ଜସିଟ ଦାଖଲ ପାଇଁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ । ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସାଇଟିକୁ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଘଟଣାକୁ ବହୁ ଦିନ ବିତିଯାଇଥିବାରୁ ଶୀଘ୍ର ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି । ଆସନ୍ତା ଜାନୁଆରୀ ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସେହିପରି ଆଜି ଆଇନଜୀବୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ପରୀ ହତ୍ୟା ମାମଲାରେ ସତ୍ୟପାଠ ଦାଖଲ କରାଯାଇଛି । ନାବାଳିକା ହତ୍ୟା ମାମଲାରେ ଭାରତୀୟ ବିକାଶ ପରିଷଦ ବି ହାଇକୋର୍ଟରେ ପିଟିସନ୍ ଫାଇଲ୍ କରିଛି । ଏହି ଘଟଣାରେ ଏସଆଇଟି ତଦନ୍ତ କରୁଥିବା ବେଳେ ଜଣେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଛି ।

Leave A Reply

Your email address will not be published.