Latest Odisha News

BREAKING NEWS

କଣ୍ଟେନର ସହ ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ, ୫ଜଣ ଜୀବନ୍ତ ଦଗ୍ଧ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ସଡ଼କ ଦୁର୍ଘଟଣା । ଯମୁନା ଏକ୍ସପ୍ରେସରେ କଣ୍ଟେନର ସହ କାର ଧକ୍କା ହେବାରୁ ଲାଗିହଲା ନିଆଁ । ଏଥିରେ କାର୍ ଭିତରେ ପାଞ୍ଚ ଜଣ ଯାତ୍ରୀ ଜୀବନ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଆଜି ଭୋର୍ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ଲକ୍ଷ୍ନୌର ବାସିନ୍ଦା ଓ ସେମାନେ ଦିଲ୍ଲୀ ଯାଉଥିବା ଜଣା ପଡ଼ିଛି ।

କଣ୍ଟେନର ସହ ଧକ୍କା ହେବା ପରେ କାରଟି ହଠାତ୍ ଜଳି ଯାଇଥିଲା । ବିଚ୍ ରାସ୍ତାରେ ହୁଁ ହୁଁ ହୋଇ ଜଳି ଯାଇଥିଲା କାର୍ । ଏତେ ଭୟଙ୍କର ଅଗ୍ନିକାଣ୍ଡ ଥିଲା ଯେ ଭିତରୁ କାହାରିକୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ମିଳିଥିବା ସୂଚନା ଅନୁସାରେ, କଣ୍ଟେନରଟି ଭୁଲ ଦିଗରେ ଆସୁଥିଲା ।ଏତିକିବେଳେ କଣ୍ଟେନରର ଡ଼ିଜେଲ ଟ୍ୟାଙ୍କରେ କାର ଧକ୍କା ହେବାରୁ ତୁରନ୍ତ ନିଆଁ ଲାଗି ଯାଇଥିଲା ।

ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳେକୁ ସଭିଏଁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ମୃତକଙ୍କ ମଧ୍ୟରେ ଗୋଟିଏ ଛୁଆ, ଜଣେ ମହିଳା ଓ ତିନି ଜଣ ପୁରୁଷ ଥିବା ଜଣା ପଡ଼ିଛି ।

Leave A Reply

Your email address will not be published.