Latest Odisha News

BREAKING NEWS

ପରୀକ୍ଷାର୍ଥୀଙ୍କୁ ମୋଦିଙ୍କ ଟିପ୍ସ, କହିଲେ..‘ପରୀକ୍ଷା ଯେ ଜୀବନରେ ସବୁକିଛି, ତାହା ଭାବିବା ଭୁଲ୍’

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ଏଥର ମଧ୍ୟ ବୋର୍ଡ ପରୀକ୍ଷା ପୂର୍ବରୁ ଦେଶର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପିଲାମାନଙ୍କୁ ଚାପମୁକ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଭିଭାବକମାନଙ୍କୁ ମଧ୍ୟ ପିଲାମାନଙ୍କ ଉପରେ ଚାପ ନ ପକାଇବାକୁ ପରାମର୍ଶ ଦେଇଛନ୍ତି ।

ଏନେଇ ମୋଦି ପରୀକ୍ଷା ପେ ଚର୍ଚ୍ଚାରେ ପରୀକ୍ଷାର୍ଥୀଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି, କେବେ କେବେ ନିଜ ସହ ମଧ୍ୟ କଥା ହେବା ଉଚିତ୍ । ଯେଉଁଠି କେହି ପହଞ୍ଚିନଥିବେ ସେଠି ପିଲାମାନଙ୍କୁ ପହଞ୍ଚି, ନେତୃତ୍ବ ନେବାକୁ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ଉତ୍ତମ ସ୍ବାସ୍ଥ୍ୟ ପାଇଁ ମଦ୍ୟ ଟିପ୍ସ ଦେଇ କହିଛନ୍ତି, ପିଲାମାନେ ଚାଷୀମାନଙ୍କ ଭଳି ଡାଏଟ୍ ଆଉ ଭରପୁର ନିଦ ଗ୍ରହଣ କରିବା ଆବଶ୍ୟକ ।  ଚାପ, ଚିନ୍ତା ଏବଂ ପରୀକ୍ଷା ଜନିତ ମାନସିକ ଅବସାଦରୁ ବଞ୍ଚିବା ଉଚିତ୍ । ଏଥିପାଇଁ ଅଭିଭାବକ ଓ ଶିକ୍ଷକ ମଧ୍ୟ ପିଲାଙ୍କ ଉପରେ ଚାପ ପକାଇବା ଉଚିତ୍ ନୁହେଁ । ପିଲାମାନଙ୍କୁ ଅନ୍ୟ ପିଲାଙ୍କ ସହ ମଧ୍ୟ ତୁଳନା ନକରିବାକୁ ଉପଦେଶ ଦେଇଛନ୍ତି ମୋଦି । ପରୀକ୍ଷା ଯେ ଜୀବନରେ ସବୁକିଛି, ତାହା ଭାବିବା ଭୁଲ୍ । ତେଣୁ ପିଲାର ଟାଲେଣ୍ଟ ଦେଖି ସେହି ଆଧାରରେ ବଢିବାକୁ ସହଯୋଗ କରନ୍ତୁ ।

ଆହୁରି ମଧ୍ୟ ପିଲାମାନଙ୍କୁ ଉପଦେଶ ଦେଇ ମୋଦି କହିଛନ୍ତି, ସମୟକୁ ସଦୁପଯୋଗ କର । ଟାଇମ ମ୍ୟାନେଜମେଣ୍ଟ କରିବା ଶିଖ । ପ୍ରତିଦିନ ପାଠପଢା ସହ ଲେଖିବା ଅଭ୍ୟାସ କର । ଲେଖିବା ଅଭ୍ୟାସ ଥିଲେ ପରୀକ୍ଷାରେ ଲେଖିବାକୁ କଷ୍ଟ ହେବନାହିଁ । ବର୍ତ୍ତମାନ ସମୟରେ ଅଧିକ ନଭାବି ଧ୍ୟାନ ଦେଲେ ସଫଳ ନିଶ୍ଚିତ ବୋଲି ପରୀକ୍ଷାର୍ଥୀଙ୍କୁ ମନ୍ତ୍ରଣା ଦେଇଛନ୍ତି ମୋଦି ।

ତେବେ ଆଜି ଦିନ ୧୧ଟାରୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ୱୋଧନ କରିଛନ୍ତି । ଚଳିତ ବର୍ଷ ୫ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସମେତ ଶିକ୍ଷକ ସାମିଲ ହୋଇଛନ୍ତି ।

Comments are closed.