Latest Odisha News

BREAKING NEWS

୧୩ରେ ନିର୍ବନ୍ଧ: ଏକାଠି ଦିଲ୍ଲୀ ଗଲେ ରାଘବ-ପରିଣୀତି

ମୁମ୍ବାଇ: ପୁଣି ଏକାଠି ନଜର ଆସିଲେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଏମପି ରାଘବ ଚଢା । ମଙ୍ଗଳବାର ଉଭୟ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଛନ୍ତିି । ଏହାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ , ଉଭୟଙ୍କ ନିର୍ବନ୍ଧ ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ଆୟୋଜନ ହେବ । ସେଥିଲାଗି ଉଭୟେ ଏକାଠି ଦିଲ୍ଲୀ ଯାଉଛନ୍ତି ।

ଅଭିନେତ୍ରୀ ପରିଣୀତି ଓ ଏମ୍‌ପି ରାଘବଙ୍କ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଆସନ୍ତା ୧୩ ତାରିଖରେ ନିର୍ବନ୍ଧ ହେବ । ଏଥିପାଇଁ ସେମାନେ ଦିଲ୍ଲୀ ଗସ୍ତ କରୁଥିବା ବେଳର ଫଟୋ ବି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଦୁହିଁଙ୍କୁ ଏକତ୍ର ବିମାନ ବନ୍ଦରରେ ଦେଖିବାକୁ ମିଳିଛି । ଏହି ସମୟରେ ପରିଣୀତି ଏକ ନାଲି ରଙ୍ଗର ଚୁଡ଼ିଦାର ପିନ୍ଧିଥିବା ବେଳେ ରାଘବ ଧଳା ରରଙ୍ଗ ପ୍ୟାଣ୍ଟ୍ ସାଙ୍ଗକୁ କଳା ରଙ୍ଗର ସାର୍ଟ ପିନ୍ଧଛନ୍ତି । ଏହି ପୋଷାକରେ ଉଭୟେ ବେଶ୍ ଆକର୍ଷଣୀୟ ଦିଶୁଛନ୍ତି । ତେବେ ଦିଲ୍ଲୀରେ ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ଉତ୍ସବରେ ପ୍ରାୟ ୧୫୦ ବନ୍ଧୁ ଓ ନିକଟତମ ସଂପର୍କୀୟ ଯୋଗ ଦେବେ ବୋଲି ସୂଚନା ରହିଛି । ସେମାନଙ୍କ ପାଇଁ ସେଣ୍ଟ୍ରାଲ୍ ଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନର ବନ୍ଦୋବସ୍ତ ହୋଇଛି ।

ତେବେ ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ବିବାହ ହୋଇପାରେ ବୋଲି ଅନୁମାନ କରାଯାଉଛି । ଯଦିଓ ସେମାନେ ନିଜ ସଂପର୍କକୁ ନେଇ ଏଯାଏ ନୀରବ ରହିଛନ୍ତି, ପ୍ରଶଂସକମାନେ କିନ୍ତୁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

Comments are closed.